ବିଜେଡି ଆଡକୁ ଢଳୁଛନ୍ତି ଦାମ

ଭୁବନେଶ୍ୱର()   ବିଜେଡିରୁ ବହିଷ୍କୃତ ହୋଇ ବିଜେପି ଯାଇଁ ପୁଣି ସେଠାରୁ ଇସ୍ତଫା ଦେବା ପରେ ଓଡିଶା ରାଜନୀତିର ଅନ୍ୟତମ ବରିÂ ନେତା ଡାକ୍ତର ଦାମୋଦର ରାଉତ ଏବେ ପୁଣି ବିଜେଡି ଆଡକୁ ଢଳୁଥିବା ଲକ୍ଷ୍ୟ କରାଯାଉଛି । ବିଜେପୁର ନିର୍ବାଚନ ଫଳାଫଳ ପରେ ତାଙ୍କର ପ୍ରତିକି୍ରୟାରୁ ଯାହା ଜଣାପଡୁଛି ଯେ ବିଜେଡିରୁ ବିଦା ହୋଇ ସେ ଅନୁତପ୍ତ । ଡାକ୍ତର ରାଉତ କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳରୁ ଯାହା ଜଣାପଡୁଛି ସେଥିରେ ନବୀନ ଯେ ଅପରାଜେୟ ନେତା ଏଥିରେ କୌଣସି ସନେ୍ଦହ ନାହିଁ । ଦେଶରେ ଜାତୀୟ ରାଜନୈତିକ ଦଳ ଅପେକ୍ଷା ଆଂଚଳିକ ଦଳ ଗୁଡିକ ଅଧିକ ଲୋକପି୍ରୟ ହେଉଛନ୍ତି । ସେହି କ୍ରମରେ ବିଜେଡି ତାର ଲୋକ ପ୍ରିୟତା ପ୍ରମାଣିତ କରିଛି । ବିଜେଡି ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ବିଜେଡି ଛାଡି ନାହିଁ ବରଂ ବିଜେଡି ମତେ ବହିଷ୍କାର କରିଛି । ମୁଁ କୌଣସି ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୁଦ୍ଧରେ କେବେ କିଛି ନାହିଁ । କେବଳ ଦୁର୍ନୀତି ଓ ପ୍ରଶାସନିକ ଅବ୍ୟବସ୍ଥା ସମ୍ପର୍କରେ କହିଆସିଛି । ମୁୂଁ କେବେ ହେଲେ ବିଜେଡିରୁ ଦୂରେଇ ଯାଇନାହିଁ ବରଂ ବିଜେଡି ମତେ ଦୂରେଇ ଦେଇଛି । ମତେ ବିଜୁ ବାବୁ ରାଜନୀତିକୁ ଆଣିଥିଲେ,ମୁଁ ତାଙ୍କ ସହିତ କାର୍ଯ୍ୟ କରିଛି ଓ ତାଙ୍କ ପୁଅ ନବୀନଙ୍କ ସହ ମଧ୍ୟ କାମ କରିଛି । ଦାମଙ୍କର ଏହି ମନ୍ତବ୍ୟରୁ ସେ ବିଜେଡିରେ ମିଶିବା ପାଇଁ ପୁଣି ନସରପସର ହେଉଥିବା ମନେହେଉଛି ।

Share

Leave a Reply

Your email address will not be published. Required fields are marked *

nine − 2 =