୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି


ଭୁବନେଶ୍ୱର: ଆଜି ବିଧାନସଭା ଗୃହ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି । ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଧାନକିଣା ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିବା ବେଳେ ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ଫଳରେ ଗୃହକାର୍ଯ୍ୟ ଚାଲିପାରିନାହିଁ ।

ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛନ୍ତି । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଏପଟେ ବିରୋଧୀ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।

ସେପଟେ ଆଜି ପ୍ରଶ୍ନ କାଳରେ ଅତି ଗୁରୁତ୍ବପୂର୍ଣ୍ଣ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ଅବକାରୀ, ସାଧାରଣ ପ୍ରଶାସନ ବିଭାଗର ଆଲୋଚନା ରହିଛି । ଏହା ସହିତ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ।

Share

Leave a Reply

Your email address will not be published. Required fields are marked *

11 − eight =