କାଲିଠୁ ଦିନିକିଆ ଟକ୍କର

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ଲଢେଇ । ଯୁବ ତାରକା ଋଷଭ ପନ୍ତଙ୍କ ଦିନିକିଆରେ ପଦାର୍ପଣ କରିବା ସୁନିଶ୍ଚିତ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଗୌହାଟୀ ଦିନିକିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ଓ୍ଵିକେଟକିପର ଓ ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଭାରତ ଅକ୍ଟୋବର ୨୧ରୁ ଆରମ୍ଭ ହେଉଥିବା ୫ ଦିନିକିଆ ମ୍ୟାଚର ପ୍ରଥମ ମୁକାବିଲାରେ ସ୍ଥାନ ମିଳିଛି। ଭାରତୀୟ ଟିମରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଥାଇ ବି ପରିଚାଳନା କମିଟି ଋଷଭ ପନ୍ତଙ୍କୁ ସାମିଲ କରିଛି।
ପ୍ରଥମ ଦିନିକିଆ ରବିବାର ଖେଳାଯିବା ଗୋଟିଏ ଦିନ ପୂର୍ବରୁ ଭାରତ ନିଜର ୧୨ ଖେଳାଳିଙ୍କ ନାମ ଘୋଷଣା କରିଛି। ଭାରତୀୟ ଟିମ ପରିଚାଳନା କମିଟି ବାମହାତୀ ବୋଲର ଅହମଦଙ୍କୁ ୧୨ ଖେଳାଳିଙ୍କ ମଧ୍ୟରେ ସାମିଲ କରିଛି। ଏସିଆ କପରେ ଆରାମ ମିଳିବା ପରେ ବିରାଟ କୋହଲି ଆସିବା ପରେ ଟିମର ବ୍ୟାଟିଂ ଶକ୍ତିଶାଳୀ ହୋଇଛି। କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କରିବା ପରେ ମହେନ୍ଦ୍ର ସିଂହ ଧୋନୀ ଏହି ଶୃଙ୍ଖଳାରେ ଭଲ ଖେଳିବାକୁ ଆଶା କରିଛନ୍ତି।
ଶିଖର ଧାଓ୍ଵନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ବାତି ରାୟଡୁ, ଋଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି(ଓ୍ଵିକେଟକିପର), ରବୀନ୍ଦ୍ର ଜାଦେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି, ଅଖୀଲ ଅହମଦ।

Share

Leave a Reply

Your email address will not be published. Required fields are marked *