୨୦ କିଲୋମିଟର ଦୂରତା କମାଇଲା

ପୂର୍ବରୁ ଅରଡେଇ ନଦୀ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା । ଲୋକମାନେ ଡାକ୍ତରଖାନା,ସ୍କୁଲ୍ ଆଦି ଯିବାଆସିବା ପାଇଁ ହଇରାଣ ହେଉଥିଲେ । କିନ୍ତୁ ବିଜୁ ସେତୁ ଏବେ ୨ଟି ପଞ୍ଚାୟତ ମଧ୍ୟରେ ହୋଇଛି ସଂଯୋଗ ଆଉ ସମ୍ପର୍କର ସେତୁ । ଲୋକଙ୍କର ଦୀର୍ଘ ୨୫ବର୍ଷର ଦାବୀ ପୂରଣ ହୋଇଛି । ୫ଟି ପଞ୍ଚାୟତର ୧୦ହଜାରରୁ ଉଦ୍ଧ୍ୱର୍ ଲୋକେ ଏହି ସେତୁ ଦ୍ବାରା ଉପକୃତ ହୋଇ ପାରିଛନ୍ତି ।
କେନ୍ଦୁଝର ଚମ୍ପୁଆ ବ୍ଲକର କୃଷ୍ଣପୁର ଠାରୁ ଗମ୍ଭାରିଆକୁ ସଂଯୋଗ କରୁଛି ଏହି ବିଜୁ ସେତୁ । ଅରଡେଇ ନଦୀ ଉପରେ ଠିଆ ହୋଇଥିବା ଏହି ପୋଲ ଦ୍ୱାରା ବ୍ଲକର କାଳିକାପ୍ରସାଦ ଓ ବଡନଇ ପଂଚାୟତ । ବ୍ଲକର କାଳିକାପ୍ରସାଦ, ବଡନଇ, ସରେଇଁ, ବ୍ରହ୍ମପୁର କରଂଜିଆ ବ୍ଲକର ଲୋକ ଉପକୃତ ହେବା ସହ ଝୁମ୍ପୁରା ବ୍ଲକର ପ୍ରାୟ ୧୦ ହଜାର ଲୋକଙ୍କ ଗମନାଗମନ ସୁଗମ ହୋଇଛି । ରାଜ୍ୟ ସରକାରଙ୍କ ବିଜୁ ସେତୁ ଦୀର୍ଘ ଦିନର ଗମନାଗମନ ସମସ୍ୟା ଦୂର କରିବା ସହ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛି ।
କାଳିପ୍ରସାଦ ଓ ବଡନଇ ପଂଚାୟତ ମଧ୍ୟରେ ଲୋକଙ୍କ ଗମନାଗମନ ପାଇଁ ବାଧକ ସାଜିଥିଲା ଅରଡେଇ ନଦୀ । ଅରଡେଇ ନଦୀ ଯୋଗୁଁ କେନ୍ଦୁଝର, ଯୋଡା, ବଡବିଲ, ଚମ୍ପୁଆକୁ ଯିବା ପାଇଁ ଲୋକଙ୍କୁ ୨୦ କିଲୋମିଟର ରାସ୍ତା ବୁଲିବାକୁ ପଡୁଥିଲା । ହେଲେ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଜୁ ସେତୁ ୨୫ ବର୍ଷର ଦାବୀ ପୂରଣ କରିଛି । ବିଜୁ ସେତୁ ୫ଟି ପଂଚାୟତର ଲୋକ ଉପକୃତ ହେବା ସହ ପୂର୍ବରୁ ଗମନାଗମନ ପାଇଁ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ନୂତନ ସକାଳର ଆନନ୍ଦ ଆଣି ଦେଇଛି ।

Share

Leave a Reply

Your email address will not be published. Required fields are marked *

6 + 10 =