ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର() ଆଜି ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ସେଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୯ଜିଲ୍ଲାକୁ ବ୍ୟାପିଛି କରୋନା । ରାଜ୍ୟରେ ରାୟଗଡା ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାକୁ ବ୍ୟାପିଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୬୪୯ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୮୬୧ ଆକ୍ଟିଭ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

three + 17 =