ସିବିଆଇର ସ୍ବଚ୍ଛତାକୁ ନେଇ ବର୍ଷିଲା ବିଜେଡି

ଭବନେଶ୍ବର () ସିବିଆଇର ବିଶ୍ବାସନିୟତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି  । ଗତକାଲି ପଶ୍ଚିମବଙ୍ଗରେ ସିବିଆଇ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପାୱାର ପ୍ଲେର ନାଟକ ପରେ ବିଜେଡି ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସିବିଆଇ ମଧ୍ୟରେ ଆଭ୍ୟନ୍ତରିଣ କନ୍ଦଳ ପରେ ଦେଶର ସର୍ବବୃହତ ତଦନ୍ତକାରୀ ସଂସ୍ଥା ନିଜ ଅନୁଷ୍ଠାନର ସ୍ବଚ୍ଛତା ପୁର୍ନସ୍ଥାପନ ନେଇ ଉଦ୍ୟମ କରିବା ଉଚିତ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ପଶ୍ଚିମବଙ୍ଗରେ ଘଟିଥିବା ଘଟଣାରେ ସିବିଆଇ ବୃତିଗତ ସ୍ବଚ୍ଛତାକୁ ବଜାୟ ରଖିବା ଉଚିତ । ଓଡିଶା କ୍ଷେତ୍ରରେ ମଧ୍ୟ ସେହିଭଳି ପଂଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏବଂ ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସିବିଆଇ ହଠାତ ରାଜନୈତିକ ନେତାଙ୍କୁ ଯେଉଁଭଳି ଭାବେ ଘେରିବାକୁ ଚେଷ୍ଟା କରୁଛି ତାହା ବୃତିଗତ ଶିଷ୍ଟାଚାରର ବିରୁଦ୍ଧାଚରଣ କରୁଛି । ସିବିଆଇର ରାଜନୀତିକରଣ କରାଯାଉଛି ବୋଲି ସେ କହିଛନ୍ତି ।

ସେହିଭଳି ସଂସଦରେ ମଧ୍ୟ ବିଜେଡି ସାଂସଦ ଭର୍ତ୍ତୃହରୀ ମହତାବ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଗତ 2-3 ମାସ ହେଲା ସିବିଆଇ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି, ତାହା ପେଶାଗତ କାର୍ଯ୍ୟ ନୁହେଁ । ଏହାଦ୍ବାରା ଏହି ତଦନ୍ତକାରୀ ସଂସ୍ଥାର ସାଧୁତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆମ ଦେଶ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିର ଗଣତନ୍ତ୍ର ନୁହେଁ । ଓଡିଶାରେ ମଧ୍ୟ ସିବିଆଇ ଅଧିକାରୀମାନେ ସକାଳୁ ସକାଳୁ ଜଣେ ଜଜଙ୍କ ଘର ଭିତରକୁ ଧସେଇ ପଶୁଛନ୍ତି । ଏବଂ ବିଜେଡି ନେତାମାନଙ୍କୁ ବଦନାମ କରିବାକୁ ସିବିଆଇକୁ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + nineteen =