ବିଜେଡ଼ିର ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର ଦାୟିତ୍ୱ

ଭୁବନେଶ୍ବର() ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଶାନ୍ତ ସିଂହ ଓ ମନୋହର ରନ୍ଧାରୀଙ୍କୁ-ସଶକ୍ତ ଓଡ଼ିଶା, ଚନ୍ଦ୍ର ସାରଥି ବେହେରା ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ- ଏସସି ସଶକ୍ତିକରଣ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଓ ଉମାକାନ୍ତ ସାମନ୍ତରାୟଙ୍କୁ- ସାମାଜିକ କଲ୍ୟାଣ, ଜଗନ୍ନାଥ ସାରକା- ଏସଟି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ହାଜି ମହମ୍ମଦ ଆୟୁବ ଖାନଙ୍କୁ- ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।
ସେହିପରି ମାନସ ମଙ୍ଗରାଜଙ୍କକୁ ମିଡିଆ,  ଦେବେଶ ଆଚାର୍ଯ୍ୟ, ସୁଧୀର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ- ଓଡ଼ିଶା: ମୋ ପରିବାର, ବ୍ୟୋମକେଶ ରାୟ- ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନା-ସଶକ୍ତ ଓଡ଼ିଶା, ରାଜଶ୍ରୀ ମଲ୍ଲିକ-ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ର- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବ ଚରଣ ସାହୁ-ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ- ଯୁବ ବ୍ୟାପାର, ରାସେଶ୍ୱରୀ ପାଣିଗ୍ରାହୀ- ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।

ସେହିପରି ବିଜୟ କୁମାର ନାୟକ,ଶ୍ୟାମ ପ୍ରସାଦ ବେହେରା- ଆଞ୍ଚଳିକ ଉନ୍ନୟନ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ରଙ୍କୁ ମହିଳା ସଶକ୍ତିକରଣ, ପ୍ରଫୁଲ ସିହଙ୍କୁ ସମାଜ କଲ୍ୟାଣ, ଦେବାଶିଷ ମାରାଣ୍ଡି- ଆଦିବାସୀ ସଶକ୍ତିକରଣ ଓ ସଖ୍ୟାଲଘୁ ବ୍ୟାପାର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଓ ଶାରଦା ପ୍ରସନ୍ନ ଜେନାଙ୍କୁ – କଳା,ସସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟୀତ୍ବ, ଗୀତାଞ୍ଜଳି ସେଠୀ- ହରିଜନ ସଶକ୍ତିକରଣ , ପ୍ରମୋଦ କିଶୋର ଜେନା- ପରିବେଶ ଦାୟୀତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

11 − ten =