ବିଜୟଙ୍କ ମୁଣ୍ଡରେ ବିଜୟ ଶିରିପା, 40 ହଜାର ବ୍ୟବଧାନରେ ଜିତିଲେ

ଭୁବନେଶ୍ୱର () ତିର୍ତ୍ତୋଲରେ ବାଜି ମାରିଛନ୍ତି ବିଜେଡି ପାର୍ଥି ବିଜୟ ଶଙ୍କର ଦାସ। ନିକଟତମ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ 40296 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । ବିଜୟ ଶଙ୍କର ପାଇଁ ବିଜୟ ସହଜ ହୋଇଛି । ବିଜୟଙ୍କୁ ନେଇ ବିରୋଧୀ ଯେଉଁ ବହାସ୍ଫୋଟ ମାରୁଥିଲେ ତାହା ମଧ୍ୟ ମିଳେଇଯାଇଛି । ସେ 86186 ଖଣ୍ଡ ଭୋଟ ପାଇଛନ୍ତି । ଜିତିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସ୍ୱପ୍ନକୁ ସାକାର କରିବେ ବୋଲି କହିଛନ୍ତି । ବିଜେପି ପାର୍ଥି 45890 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ 28312 ଖଣ୍ଡ ଭୋଟ ପାଇଛନ୍ତି । ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ଏହି ଆସନରୁ ଉପନିର୍ବାଚନ ହେଉଥିଲା । ଏହି ଉପନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପିର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଦାୟିତ୍ୱରେ ଥିଲେ । 

Share

Leave a Reply

Your email address will not be published. Required fields are marked *

seven + eleven =