୯୨୨ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ମଂଜୁର

ଭୁବନେଶ୍ୱର() ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଂଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏକକ ବାତାୟନ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡିକରେ ୨୬୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ହେବ ।

ପ୍ରକଳ୍ପଗୁଡିକୁ ଅନୁମୋଦନ ଦେଇ ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଅନୁମୋଦିତ ହେଉଥିବା । ପ୍ରକଳ୍ପଗୁଡିକ ନିମନ୍ତେ ଇଡକୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ ଏବଂ ଏଥି ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ଇଡକୋ ତରଫରୁପଦକ୍ଷେପ ନେବେ ବୋଲି ବୈଠକରେ ସ୍ଥିର ହୋଇଥିଲା ।ବିଭିନ୍ନ ଶିଳ୍ପ ନିମନ୍ତେ ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ ଓ ଗୁଣାତ୍ମକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଥିଲେ ।

ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡିକ ବିଷୟରେ ସବିଶେଷ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ନିବେଶ ପ୍ରସ୍ତାବଗୁଡିକ ପର୍ଯ୍ୟଟନ,ଇସ୍ପାତ ଖାଦ୍ୟ ପ୍ରକି୍ରୟାକରଣ ଏବଂ ଆଇଟି ତଥା ଇଏସଡିଏମ ଉପରେ ପର୍ଯ୍ୟବସିତ ଥିଲା । ଏହା ଦ୍ୱାରା ରାଜ୍ୟରେ ୨୬୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

5 × two =