ପୁତ୍ର ସନ୍ତାନର ବାପା ହେଲେ ହରଭଜନ ସିଂ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହରଭଜନ ସିଂ ଦ୍ୱିତୀୟଥର ପାଇଁ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଅଭିନେତ୍ରୀ ଗୀତା ବସ୍ରା ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହରଭଜନ କହିଛନ୍ତି ଯେ ଉଭୟ ଶିଶୁ ଏବଂ ମା ସୁସ୍ଥ ଅଛନ୍ତି। ପୁଣିଥରେ ଘରେ ନୂଆ ଅତିଥି ପାଇଁ ମନୋରଞ୍ଜନ ଓ କ୍ରୀଡ଼ାର ତାରକାମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ହରଭଜନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ଆମକୁ ଏକ ନୂଆ କୁନି ହାତର ସାହାରା ମିଳିଛି, ତାଙ୍କ ଭଲ ପାଇବା ଆମପାଇଁ ସୁନାଠାରୁ ବି ବଡ । ଆମର ହୃଦୟପୂର୍ଣ୍ଣ ଓ ଆମ ପରିବାର ସଂପୂର୍ଣ୍ଣ । ଭଗବାନଙ୍କୁ ଧନ୍ୟବାଦ ସେ ଆମକୁ ଏକ ସୁସ୍ଥ ଶିଶୁପୁତ୍ର ଦେଇଛନ୍ତି। ଉଭୟ ଗୀତା ଓ ଶିଶୁ ସୁସ୍ଥ ଅଛନ୍ତି।

ମାର୍ଚ୍ଚ ମାସରେ, ଗୀତା ବସ୍ରା ତାଙ୍କ ଗର୍ଭଧାରଣର ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଥିଲେ। ପୁଅ ଜନ୍ମ ପୂର୍ବରୁ ଏହି ଦମ୍ପତିଙ୍କର ଏକ ପାଞ୍ଚ ବର୍ଷର ଝିଅ ମଧ୍ୟ ଅଛି । ଯାହାର ନାମ ହିନୟା ହିର ପ୍ଲାହା। ହରଭଜନ ଓ ଗୀତାଙ୍କ ବିବାହ ୨୦୧୫ ଅକ୍ଟୋବର ୨୯ରେ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen − 3 =