ବେଆଇନ କରତ କଳ ଉପରେ ବନ ବିଭାଗର ଅଚାନକ ଚଢ଼ାଉ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଫୁଲୁପୁର(ଢ଼ିଅସାହି) ଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲୁଥିବା ଏକ କରତ କଳ ଉପରେ ଗତକାଲି ବନ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି।ଉକ୍ତ କରତ କଳ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯିବ ସହ ସେଠାରେ ଥିବା କରତ କଳରେ ବ୍ୟବହୃତ ହେଉଥିବା ସମସ୍ତ ସାମଗ୍ରୀ ଯଥା କାଠ କଟା ଯନ୍ତ୍ର ସହିତ ମଟର, ଜେନେରେଟର, ପାଣି ଟାଙ୍କି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ବନ ବିଭାଗ କର୍ମଚାରୀ ମାନେ ଜିଲ୍ଲା ବନ ବିଭାଗ କାର‌୍ୟ୍ୟାଳୟ କୁ ନେଇଯାଇଛନ୍ତି।ଚଢ଼ାଉ ସମୟରେ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ରଜନୀକାନ୍ତ ମହାନ୍ତି,ଯାଜପୁର ରୋଡ଼ ବନ ବିଭାଗ ରେଞ୍ଜର ଜ୍ୟୋତି ରଂଜନ ମହାପାତ୍ର ଓ ଦୁର୍ନୀତି ନିବାରଣ ଅଧିକାରୀ,କଟକ ସୁଶୀଲ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

thirteen + twelve =