୨୦୨୩ ଏସିଆ କପ ଆୟୋଜନ କରିବ ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୩ରେ ହେବାକୁ ଥିବା ଏସିଆ କପ୍କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ କାଉନ୍ସିଲ (ଏସିସି) ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିସିଆଇ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ସମ୍ପାଦକ ଜୟ ଶାହ। ଏହି ଇଭେଣ୍ଟ ଆୟୋଜନ କରିବାର ଅଧିକାର ପାକିସ୍ତାନର। ଆଉ ଏହି ଇଭେଣ୍ଟ ନାଚ୍ୟୁରାଲ ଭନ୍ୟୁରେ ନୁହେଁ, ବରଂ ପାକିସ୍ତାନରେ ଆୟୋଜନ କରିବୁ ବୋଲି ପିସିବି ଘୋଷଣା କରିଛି।

Share

Leave a Reply

Your email address will not be published. Required fields are marked *

four + twelve =