ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ,ଦେଖନ୍ତୁ

ନୂଆଦିଲ୍ଲୀ()  ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ଅର୍ବିଟରଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଅପରାହ୍ନ ୧ଟା ୧୫ ମିନିଟ୍ ରେ ଏହି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି । ଗତକାଲି ପଞ୍ଚମ ତଥା ଚୂଡାନ୍ତ କକ୍ଷ ପଥରେ ପ୍ରବେଶ କଲାପରେ ଆଜି ଅର୍ବିଟରରୁ ଅଲଗା ହୋଇଛି ଲାଣ୍ଡର୍ ବିକ୍ରମ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରକୃଷ୍ଟ ସମୟ ଧୀରେ ଧୀରେ ପାଖେଇ ଆସୁଛି । ଚନ୍ଦ୍ରପୃଷ୍ଠର ନିକଟତର ହୋଇଚାଲିଛି ଚନ୍ଦ୍ରଯାନ ।

ଏବେ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୧୦୦କିଲୋମିଟର କକ୍ଷପଥରେ ଅର୍ବିଟର ଘୂରିବ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଲାଗି ପ୍ରସ୍ତୁତ ହେବ । ଆସନ୍ତାକାଲି ଲ୍ୟାଣ୍ଡର ବିକ୍ରମର ହେଲ୍ଥ ଚେପଅପ ହେବ । ଆସନ୍ତା ସପ୍ଟେମ୍ବର ୪ରେ ଇସ୍ରୋ ବିକ୍ରମକୁ ଲ୍ୟାଣ୍ଡିଂ ମୋଡ୍ ରେ ରଖିବ ।

ଏବେ ଆଉ ମାତ୍ର ୬ଦିନର ଅପେକ୍ଷା । ସେପ୍ଟେମ୍ବର ୭ ତାରିଖରେ ଭୋର ୧ଟା ୪୦ରେ ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରର ୧୫ମିନିଟ୍ ସବୁଠୁ ଜଟିଳ ପ୍ରକ୍ରିୟା ରହିଛି । ଯଦି ସବୁ ଠିକଠାକ ରହେ ତେବେ ୧ଟା ୫୫ରେ ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ । ଏହାର ପ୍ରାୟ ୪ଘଣ୍ଟା ପରେ ଏହାଭିତରୁ ରୋଭର ପ୍ରଜ୍ଞା ବାହାରି ଆସି ଚନ୍ଦ୍ରପୃଷ୍ଠରେ ଗଡିବ । ଆଉ ଲେଖିବ ନୂଆ ଇତିହାସ ।

Share

Leave a Reply

Your email address will not be published. Required fields are marked *

nineteen + ten =