ହାତ ଛାଡିଲେ ଜଣେ ବିଧାୟକ, 3 ପୂର୍ବତନ ବିଧାୟକ

ଭୁବନେଶ୍ବର () ‘ହାତ’ର ସାଥ୍ ଛାଡିଛନ୍ତି 3ଜଣ ପୂର୍ବତନ ବିଧାୟକ ଓ ଜଣେ ବିଧାୟକ । ଦଳ ଅଣଦେଖା କରିଥିବା ଅଭିଯୋଗ କରି କଂଗ୍ରେସ ଛାଡିଛନ୍ତି କଳାହାଣ୍ଡିର ୩ ବରିଷ୍ଠ ତଥା ପୂର୍ବତନ ବିଧାୟକମାନେ । ପିସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜୁନାଗଡର ପୂର୍ବତନ ବିଧାୟକ ଗୋବର୍ଧନ ଦାସ, ନର୍ଲାର ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଧର୍ମଗଡର ପୂର୍ବତନ ବିଧାୟକ ଯୁଗରାମ ବେହେରା । ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଦୀର୍ଘ ଦୁଇ ଦଶନ୍ଧି ଧରି ଅନେକ ବାଧା, ବିଘ୍ନ, ପ୍ରତିଘାତ ସହି ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଶୃଂଖଳିତ କର୍ମୀ ଭାବରେ ଦୀର୍ଘ ଦିନରୁ ସଂଘର୍ଷ କରି ଦଳକୁ ମଜବୁତ କରିବାରେ ସହାୟକ ହୋଇ ଆସୁଥୁଲୁ । କିନ୍ତୁ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀ ଚୟନ ସମୟରେ ଆମମାନଙ୍କୁ ଉପେକ୍ଷା ଓ ଅଣଦେଖା କରାଯାଇଛି ।

ସେହିଭଳି ଜି.ଉଦୟଗିରିର ବିଧାୟକ ଜାକବ ପ୍ରଧାନ ମଧ୍ୟ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି । ସେ କନ୍ଧମାଳ ଲୋକସଭା ଅନ୍ତର୍ଗତ 7ଟି ବିଧାନସଭାରୁ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ 10ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । କିନ୍ତୁ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟେଇବା ପାଇଁ ଚାଲିଥିବା ଲବି ସମୟରେ ସେ ଭକ୍ତ ଦାସଙ୍କୁ ପିସିସି ସଭାପତି ଭାବେ ମନୋନିତ କରିବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ବର୍ତ୍ତମାନର ସଭାପତି ନିରଂଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରୁଛନ୍ତି । ସେ ଜଣେ ଦଳିତ ଖ୍ରୀଷ୍ଟିୟାନ ସଂପ୍ରଦାୟର ନେତା ହୋଇଥିବାରୁ ତାଙ୍କୁ ମାନସିକ ସ୍ତରରେ ଅପମାନିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହିଦୃଷ୍ଟିରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଖାଲି ଏତିକି ନୁହେଁ , ଜୋନ ସଭାପତିମାନଙ୍କୁ ଜବରଦସ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଅନଭିଜ୍ଞ ଲୋକଙ୍କ ନାଁ ସୁପାରିଶ ପତ୍ରରେ ଉଲ୍ଲେଖ କରି ହାଇକମାଣ୍ଡ ନିକଟକୁ ପ୍ରେରଣ କରାଯାଇଥିଲା । ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁହଦିନ ଧରି ସ୍ଥାନୀୟ ନେତୃତ୍ୱ ପାଇଁ ସାଧାରଣରେ ଦାବି ହେଉଥିଲେ ମଧ୍ୟ ସୁଦୁର ଭବନୀପାଟଣାଠାରୁ ପ୍ରାର୍ଥୀ ଆମଦାନୀ କରି ଆମ ଏହି ନିର୍ବାଚନ ମଣ୍ଡଳି ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରାଯାଇଛି, ଯାହାକି କର୍ମୀ ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି କରିବା ସହ ସ୍ଥାନୀୟ ଏବଂ ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × four =