36 ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ବର () ସେହିଭଳି ଏହି 9ଟି ଲୋକସଭା ଅନ୍ତର୍ଗତ 36ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବ୍ରହ୍ମଗିରିରୁ ବିଧାୟକ ସଂଜୟ ଦାସବର୍ମା, ସତ୍ୟବାଦୀରୁ ବିଧାୟକ ଉମାକାନ୍ତ ସାମନ୍ତରାୟ, ରଣପୁରରୁ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡରୁ ବିଧାୟକ ଅରୁଣ କୁମାର ସାହୁ, ଏକାମ୍ର ଭୁବନେଶ୍ବରରୁ ବିଧାୟକ ଅଶୋକ କୁମାର ପଣ୍ଡା, ବଡମ୍ବା-ନରସିଂହପୁରରୁ ଦେବୀ ପ୍ରସାଦ ମିଶ୍ର, ବାଙ୍କିରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ, ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ଚୌଦ୍ବାରରୁ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ, ଢେଙ୍କାନାଳରୁ ସୁଧିର କୁମାର ସାମଲ, ହିନ୍ଦୋଳରୁ ସୀମାରାଣୀ ନାୟକ, କାମାକ୍ଷାନଗରରୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗରୁ ଡକ୍ଟର ନୃସିଂହ ଚରଣ ସାହୁ, ତାଳଚେରରୁ ବ୍ରଜ କିଶୋର ପ୍ରଧାନ, ଅନୁଗୁଳରୁ ରଜନିକାନ୍ତ ସିଂହ, କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ, ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି ।

ସେହିଭଳି ତେଲକୋଇରୁ ପ୍ରେମାନନ୍ଦ ନାୟକ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାୟକ, କେନ୍ଦୁଝରରୁ ମାଧବ ସର୍ଦ୍ଦାର, କରଂଜିଆରୁ ବାସନ୍ତି ହେମ୍ବ୍ରମ, ଭୋଗରାଇରୁ ଅନନ୍ତ ଦାସ, ରେମୁଣାରୁ ସୁଧାଂଶୁ ଶେଖର ପରିଡା, ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବଦଳରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଶିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ କୁମାର ବଳବନ୍ତରାୟ, ସୁକନ୍ଦାରୁ ପ୍ରିତିରଂଜନ ଘଡାଇ, ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ଆଳିରୁ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ, ମହାଙ୍ଗାରୁ ପ୍ରତାପ ଜେନା, ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ଏଥର ବିଜେଡି ବାଙ୍କି, କଟକ-ଚୌଦ୍ବାରା, ରଣପୁର, ଢେଙ୍କାନାଳ, ତେଲକୋଇ, ପାଟଣା, କେନ୍ଦୁଝର, କରଞ୍ଜିଆ, ବାସୁଦେବପୁର ଏହି 9ଟି ଆସନରେ ବିଧାୟକଙ୍କୁ ଟିକେଟ ମିଳିନି । ସେ ମଧ୍ୟରୁ ତିନୋଟି ଆସନ ବାଙ୍କି, କଟକ-ଚୌଦ୍ବାର ଓ ବାସୁଦେବପୁରରେ ବିଧାୟକଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ସେହିଭଳି କୁଚିଣ୍ଡି ଓ ରେମୁଣାରେ ବିଜେଡର ପ୍ରାର୍ଥୀ ପରିବର୍ତ୍ତନ ହୋଇଛି । କୁଚିଣ୍ଡାରେ ଗତ ନିର୍ବାଚନରେ ଭୁବନେଶ୍ବର କିଶାନ ପ୍ରାର୍ଥୀ ହୋଇଥିବା ବେଳେ ରେମୁଣାରେ ସୁଦର୍ଶନ ଜେନା ପ୍ରାର୍ଥୀ ହୋଇଥିଲେ । ଉଭୟ ହାରିଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

11 − two =