ଆଇଏଏସ୍-ଆଇପିଏସ୍ ଲଢେଇ

ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ କଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଫଳରେ ଭୁବନେଶ୍ବର ଲୋକସଭା ଆସନରେ ଆଇଏଏସ ଅପରାଜିତା ଓ ଆଇପିଏସ ଅରୁପ ପଟ୍ଟନାୟକଙ୍କ ମଧ୍ୟ ଫାଇଟ୍ ହେବ । କଂଗ୍ରେସ ଏ ପର୍ୟ୍ୟନ୍ତ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରସନ୍ନ ପାଟଶାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ ହିଁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।

ଅନ୍ୟ ଲୋକସଭା ଆସନଗୁଡିକ ମଧ୍ୟରୁ ପୁରୀରେ ଦଳ ପୁଣି ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ଫଳରେ ପିନାକୀ ଓ ସମ୍ବିତଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ପୁରୀ ଆସନ ପାଇଁ କଂଗ୍ରେସ ଏପର୍ୟ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ମୟୁରଭଞ୍ଜରେ ବିଜେଡି ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ସୁଦ୍ଧା ବିଜେପି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

Share

Leave a Reply

Your email address will not be published. Required fields are marked *

14 − 9 =