ବିଧାନସଭାରେ ଦ୍ରୌପଦୀ ମୁର୍ମୁ

ବିଧାନସଭାରେ ପହଁଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁ । ଦ୍ରୌପଦୀ ମର୍ମୁଙ୍କୁ ସ୍ୱାଗତ କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପୀନାକ୍ଷୀ ମିଶ୍ର ସମେତ ବରିଷ୍ଠ ନେତା । ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପଦୀ ମର୍ମୁଙ୍କୁ ପାଛୋଟି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ଏହା ପରେ ରାଜ୍ୟ ଅତିଥି ଭବନ ଯିବେ ଓ ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଘଊଇ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।
ଆଜି ସକାଳେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦ୍ରୌପଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ଉଭୟ ବିଜେଡି ଓ ବିଜେପି ନେତା ତାଙ୍କୁ ପାଛୋଟି ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

18 − 13 =