ବିଶ୍ବର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି ହୋଇ ଗାଇଛନ୍ତି । ପୂର୍ବ ନିଦ୍ଧାରିତ ସମୟ ମୂତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଠିକ୍ ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ନେତ୍ରୃବୃନ୍ଦ ବିଶିଷ୍ଟ ଗାୟିକା ଆଶା ଭୋସଲେ, ଶଙ୍କର ମହାଦେବନ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ।

 

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଶଡ଼ଙ୍ଗୀ, ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ତାଙ୍କର ସହକର୍ମୀ,କଗ୍ରେସ ଭବନରେ ଦଳୀୟ ନେତାଙ୍କ ସହ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତ୍ରୃବୃନ୍ଦ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ସେହିପରି ଲୋକସେବା ଭବନ ଠାରୁ ଆରମ୍ଭ କରି ପୋଲିସ ସେବା ଭବନ ପର୍ଯ୍ୟନ୍ତ ସବୁ ସରକାରୀ ଅଫିରେ ଏପରିକି ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆବାଳ ବୃଦ୍ଧବନିତା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ପରିବେଶକୁ ଗୁଞ୍ଜରିତ କରିଥିଲେ । ଓଡିଶାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ବିଭିନ୍ନ ରାଜ୍ୟ ଓ ଲଣ୍ଡନ ଆମେରିକା ଭଳି ସ୍ଥାନରେ ଥିବା ଓଡିଆ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଖବର ମିଳିଛି ।

 

ସେପଟେ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥିଲେ ସେଠାରେ ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଥିବା ଦେଖିବାକୁ ମିଳିଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ସେହିପରି ପୋଲିସ ସେବା ଭବନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉକ୍ରଳ ଜନନୀ ଗାନ କରିଛନ୍ତି କମିସନରେଟ୍ ପୋଲିସର ସମସ୍ତ ପୋଲିସ୍ କର୍ମଚାରୀ ।

ଆଜି 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ ବିଦେଶ ପର୍ଯ୍ୟନ୍ତ କରୋନା ମହାମାରିକୁ ମୁକାବିଲା କରୁଥିବା ସମସ୍ତ ଡାକ୍ତର, ଆଶାକର୍ମୀ, ପୋଲିସ, ଅଙ୍ଗନବାଡି କର୍ମୀ, ସରପଞ୍ଚ ଏବଂ ସଫେଇ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ସେମାନଙ୍କ ମନୋବଳକୁ ସୁଦୃଢ ତଥା ସମ୍ମାନିତ କରିବା ପାଇଁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରନ୍ତୁ। ଏହି ଅବକାଶରେ ମାନ୍ୟବାର ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ଯୋଗଦେଇ ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ କହିଥିଲେ, ଆଜି ଓଡ଼ିଆଜାତି କାରୋନା ମହାମାରିକୁ ମୁକାବିଲା ପାଇଁ ଏକାଠି ହୋଇଛି, ଯାହାର ନେତୃତ୍ୱ ପୁରଭାଗରେ ନେଇଛନ୍ତି ସାଢ଼େ 4 କୋଟି ଓଡ଼ିଆଙ୍କ ପ୍ରିୟନେତା ନବୀନ ପଟ୍ଟନାୟକ।

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଓଡ଼ିଆଜାତିକୁ ଅଭିମନ୍ତ୍ରିତ କରିଛି । ନବୀନ ବାବୁଙ୍କ ଆହ୍ୱାନ ଆଜି ସରା ଓଡ଼ିଆ ଜାତିକୁ କେବଳ ଏକାଠି କରିନାହିଁ ବରଂ ଏହି କଠିନ ସମୟରେ ଦେଶସେବା ପାଇଁ ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ପ୍ରେରଣା ଦେଇଛି। ଏହି ଅବସରରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ନାୟକ, ଅମରେଶ ପତ୍ରି, ରଣା ପ୍ରତାପ ପତ୍ର, କସ୍ତୁରୀ ମହାପାତ୍ର, ଗୀତାଞ୍ଜଳି ବସ୍ତିଆ, ରବି ସାମଲ, ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟବ୍ୟାପୀ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ଓଡ଼ିଶାର ଅଗଣିତ ଜନସାଧାରଣ, ବିଜୁ ଜନତା ଦଳର କର୍ମୀ ତଥା ନେତୃମଣ୍ଡଳୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଧନ୍ୟବାଦ ଜଣାଉଛୁ।

Share

Leave a Reply

Your email address will not be published. Required fields are marked *

nineteen − six =