ବିଜେପି ନେତାଙ୍କ ଗାଡି ପୋଡିଦେଲେ ଦୁର୍ବୃର୍ତ

ଭୁବନେଶ୍ୱର ଖାରବେଳନଗର ସ୍ଥିତ ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ଗାଡି ପୋଡିଲେ ଦୁବୃର୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡି ଗାଡିକୁ ପୋଡି ଦେଇଛନ୍ତି ।ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଂଚଳରେ ଘଟିଛି ଘଟଣା । ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟଙ୍କ ଘରେ ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା ।ଅଶୋକଙ୍କ କହିବା ଅନୁଯାୟୀ ରାତି ଗୋଟାଏ ୩୦ରେ ଜୋରରେ ଶବ୍ଦ ହେବାରୁ କୁକୁର ଭୁକିଥିଲା । ତାପରେ ଅଶୋକ ଉଠି ଦେଖିବା ବେଳକୁ ସବୁ ଗାଡି ପୋଡି ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

one × 2 =