ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

କୋଲକାତା: ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦ୍ଦୀପ ଧନଖଡ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଯାହା ଫଳରେ ରାଜ୍ୟର କାର୍ୟ୍ୟକାରୀ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କୁ ସଦନର ସଦସ୍ୟତା ମିଳିଯାଇଛି । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିଲେ । ତେବେ ନିର୍ବାଚନରେ ତାଙ୍କ ଦଳକୁ ବହୁମତ ମିଳିଥିବାରୁ ସରକାର ଗଢିଥିବା ବେଳେ ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମମତା ବିଧାନସଭା ସଦସ୍ୟତା ନଥିବାରୁ ତାଙ୍କୁ ପୁଣି ଉପନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ପଡିଥିଲା । ସେ ତାଙ୍କ ପାରମ୍ପରିକ ଭବାନୀପୁର ଆସନରୁ ବହୁମତରେ ବିଜୟୀ ହୋଇଛନ୍ତି । ତେବେ ମମତାଙ୍କ ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ପାଠ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ରାଜ୍ୟପାଳ ଧନଖଡ ବିଧାନସଭାରେ ସଦସ୍ୟଙ୍କୁ ଶପଥ ପାଠ କରାଇବାର ବାଚସ୍ପତିଙ୍କ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି । ଏଣୁ ମମତା ତେବେ ରାଜ୍ୟପାଳ ସବୁ କଳ୍ପନାଜଳ୍ପନାରେ ବିରାମ ଲଗାଇ ଗୁରୁବାର ବିଧାନସଭାକୁ ଆସି ମମତାଙ୍କୁ ପଦ ଓ ଗୋପନୀତାର ଶପଥ ପାଠ କରାଇଛନ୍ତି । ମମତାଙ୍କ ସହ ରାଜ୍ୟପାଳ ଟିଏମସି ବିଧାୟକ ଅମିରଲ ଇସ୍ଲାମ ଓ ଜାକିର ହୁସେନ ମଧ୍ୟ ବିଧାୟକ ଭାବେ ଶପଥ ପାଠ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × four =