କେନ୍ଦ୍ରାପଡ଼ା-ଇନ୍ଦୁପୁର ମୁଖ୍ୟ ରାସ୍ତା ଏବେ ଶୋଚନୀୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଇନ୍ଦୁପୁର ମୁଖ୍ୟ ରାସ୍ତା । ଏଇ ରାସ୍ତାରେ ପଥଚାରୀଙ୍କୁ ଅପେକ୍ଷା କରି ବସିଥାଏ ମୃତ୍ୟୁ । ୧୨ କିଲୋମିଟରର ଏହି ରାସ୍ତା ସାରା ବଡବଡ ଖାଲ ଖମା । ବର୍ଷା ପୂର୍ବରୁ ଏ ନେଇ ନ୍ୟୁଜ୍ ୭ ରେ ଖବର ପ୍ରସାରଣ  ହୋଇଥିଲା । କିନ୍ତୁ ସମସ୍ୟାର ସମାଧାନ ହୋଇନି ।  ଆଉ ପ୍ରତି ଥର ପ୍ରଶାସନର ସେଇ ଗୋଟିଏ ଉତ୍ତର, ‘ଖୁବ୍ ଶୀଘ୍ର ମରାମତି ହେବ’ ।

ରାସ୍ତାସାରା ବଡବଡ ଖାଲ । ଖାଲରେ ଭର୍ତି ହୋଇଛି ବର୍ଷା ପାଣି । ପ୍ରତି ମୁହୁର୍ତ୍ତରେ ଘଟୁଛି ଛୋଟ ବଡ ଦୁର୍ଘଟଣା । ‘ମୃତ୍ୟୁ ଘାଟି’ ପାଲଟିଛି କେନ୍ଦ୍ରାପଡା-ଇନ୍ଦୁପୁର ମୁଖ୍ୟ ରାସ୍ତା ।  ୧୨ କିଲୋମିଟର ଏହି ରାସ୍ତାରେ  ପ୍ରତିଦିନ  ହଜାର ହଜାର ଲୋକେ ଯାତାୟତ କରନ୍ତି । ବାରିମୂଳ, ନିକିରାଇ, ଧୂମାତ, ଇନ୍ଦୁପର, ଅଳପୁଆ, ଘାଗରା, ଚଉଦକୁଲା ଦେଇ ରାସ୍ତାଟି ପଟାମୁଣ୍ଡାଇକୁ ସଂଯୋଗ କରୁଛି। କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ଯାଜପୁର ଜିଲ୍ଲାକୁ ମଧ୍ୟ ଲମ୍ବିଛି ଏହି ରାସ୍ତା। ପ୍ରାୟ ୩୦ରୁ ଅଧିକ ପଂଚାୟତର ଲକ୍ଷାଧିକ ଲୋକ କେନ୍ଦ୍ରାପଡାକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେବେ ରାସ୍ତାର ଦୁରାବସ୍ଥା ଡାକିଆଣୁଛି ଦୁର୍ଘଟଣା ।

କିଏ ଆହତ ହେଉଛି ତ ଆଉ କାହାର ଜୀବନ ଚାଲିଯାଉଛି। କେନ୍ଦ୍ରାପଡା-ଇନ୍ଦୁପୁର ରାସ୍ତାର ଉଭୟ ପାର୍ଶ୍ବରେ ସ୍କୁଲ, କଲେଜ୍ ଏବଂ ସରକାରୀ କାର୍ଯୟାଳୟ ରହିଛି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଇନ୍ଦୁପର ହାଇସ୍କୁଲ, ନିକିରାଇ କଲେଜ୍, ବିରୂପା କଲେଜ୍ ଏବଂ ଇନ୍ଦୁପୁର ହସପିଟାଲକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ପ୍ରତିଦିନ ହଜାର ହଜାର ଛାତ୍ର ଛାତ୍ରୀ, କର୍ମଜୀବୀ, ରୋଗୀ ଏହି ବାଟ ଦେଇ ଯିବା ଆସିବା କରୁଛନ୍ତି । ରାସ୍ତାର ଦୂରାବସ୍ଥା ନେଇ ବର୍ଷା ଆଗରୁ ନ୍ୟୁଜ-୭ ରେ ଖବର  ପ୍ରସାରଣ କରାଯାଇଥିଲା । କିନ୍ତୁ ସବୁ ଜାଣି ନଜାଣିବା ପରି ବସି ପଡିଲେ ବିଭାଗୀୟ ଅଧିକାରୀ । ଏହି ରାସ୍ତାର ସମସ୍ୟା ନେଇ ଆମେ ପହଞ୍ଚିଥିଲୁ କେନ୍ଦ୍ରାପଡା ଜିଲ୍ଳାପାଳଙ୍କ ନିକଟରେ । ଶୁଣନ୍ତୁ କଣ କହୁଛନ୍ତି ଜିଲ୍ଲାପାଳ।

Share

Leave a Reply

Your email address will not be published. Required fields are marked *

thirteen − 4 =