୫ ହଜାର କୋଟି ନେଇ ଫେରାର

ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଆଉ ଜଣେ ଗୁଜରାଟୀ ବ୍ୟବସାୟୀ ଦେଶ ଛାଡି ଫେରାର । ଷ୍ଟର୍ଲିଂ ବାୟୋଟେକର ମାଲିକ ନିତିନ୍ ସନ୍ଦସେରା କୋଟି କୋଟି ଟଙ୍କାର ଋଣ ଠକେଇ କରି ବିଦେଶ ପଳାଇଛନ୍ତି । ତାଙ୍କ ବିରୋଧରେ ୫ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଋଣ ଠକେଇର ଅଭିଯୋଗ ରହିଛି । ଦେଶ ଛାଡିବା ପରେ ସେ ଦୁବାଇରେ ରହିଥିବା ଖବର ଆସିଥିଲା । କିନ୍ତୁ ସବିଆଇ ଓ ଇଡି ସୂଚନା ଅନୁଯାୟୀ ନିତିନ୍ ସନ୍ଦସେରା ନାଇଜେରିଆ ପଳାଇଥିବା ଅନୁମାନ କରାଯାଉଛି । ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା ଅନୁମାନ କରାଯାଉଥିବା ବେଳେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଫ୍ରିକୀୟ ଦେଶ ନାଇଜେରିଆ ସହ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ନିତିନ ସନ୍ଦସେରାଙ୍କ ପରିବାର ସେଠାକୁ ପଳାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ନିତିନଙ୍କୁ ଦୁବାଇରେ ୟୁଏଇ ଅଧିକାରୀ ମାନେ ହେପାଜତକୁ ନେଇଥିବାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା

Share

Leave a Reply

Your email address will not be published. Required fields are marked *

11 + 13 =