ସହଯୋଗୀଙ୍କ ସହ ବିନୋଦ କୁମାରଙ୍କୁ ପୁଣି ଜେଲ

ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ । ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇଛି । ଏହା ସହ ୫୦ ହଜାର ଟଙ୍କାର ଜରିମାନା ପାଇଁ କହିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୧ କୋଟି ଟଙ୍କାର ଫ୍ଲାଟ ଋଣ ନାଁରେ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି ।ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭେଲପମେଂଟ କର୍ପୋରେସନ ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ହେଉଛନ୍ତି ବିନୋଦ କୁମାର । ୧୯୯୯ ମହାବାତ୍ୟା ପରେ ଓଡିଶାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଏହି ଯୋଜନାରେ ନୋଡାଲ ଏଜେନ୍ସି ଭାବେ କାମ କରୁଥିଲା ହୁଡକୋ । ହୁଡକୋ ସହ ରାଜିନାମା କରିଥିଲା ଓଆରଏଚଡିସି । ଏହି ନିର୍ମାଣ କାର‌୍ୟ୍ୟରେ ବ୍ୟାପକ ହେରଫେର ହୋଇଥିଲା । ରାଜିନାମାର ସର୍ତ୍ତ ଖିଲାପ କରି ଗ୍ରାମ୍ୟ ବିକାଶ ମଂଚ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା ।ବାଲିପାଟଣା ଅଂଚଳରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଏହି ଅନୁଷ୍ଠାନ ୨୧ଲକ୍ଷ ଟଙ୍କା ଋଣ ନେଇଥିଲା । ବାତ୍ୟା ଆଶ୍ରୟସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ଅଭିଯୋଗର ତଦନ୍ତ କରୁଥିଲା ଭିଜିଲାନ୍ସ । ଏହି ଘଟଣାରେ ଭିଜିଲାନ୍ସ ମୋଟ ୨୨ଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୨୧ଟି ମାମଲା ବିନୋଦ କୁମାରଙ୍କ ନାଁରେ ଥିଲା ।

Share

Leave a Reply

Your email address will not be published. Required fields are marked *

four × three =