ଆରଏସ୍‍ବିୱାଇ ହିତାଧିକାରୀଙ୍କୁ ମିଳିବ ବିକେକେୱାଇ କାର୍ଡ : ପୂର୍ବଭଳି ମାଗଣା ଚିକିତ୍ସା ସୁବିଧା ଜାରି ରହିବ

ଭୁବନେଶ୍ବର () ଆସନ୍ତା ଜାନୁୟାରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା (ଆରଏସ୍‍ବିୱାଇ) ଯୋଜନାର ସମସ୍ତ ୪୪,୦୮,୦୭୦ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ରେ ସାମିଲ ହେବେ । ଏହି ସମସ୍ତ ହିତାଧିକାରୀ ବିକେକେୱାଇ ଷ୍ଟ୍ରିମ୍‍ -୨ କାର୍ଡ ପାଇବା ସହିତ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ । ଏଥି ସହିତ ଏହି ହିତାଧିକାରୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇବେ ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆରଏସ୍‍ବିୱାଇ ଯୋଜନାର ଅବଧି ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ସମାପ୍ତ ହେଉଛି । ତେଣୁ ରାଜ୍ୟରେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନେ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଗତ କାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।

ଆରଏସ୍‍ବିୱାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେୱାଇ କାର୍ଡ ପାଇବେ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସ୍‍ବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ (ଷ୍ଟ୍ରିମ୍‍-୨) କାର୍ଡ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି । ନୂଆ ଯୋଜନାରେ ସାମିଲ ହିତାଧିକାରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ଆଶା, ଅଙ୍ଗନବାଡିକର୍ମୀ, ଗାଁ କଲ୍ୟାଣ ସମିତିମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିପାଇଁ ଆବଶ୍ୟକ ପ୍ରଚାର ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ନୂତନ ଭାବେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ସହଜରେ ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିର୍ଦ୍ଦେଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକକରି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‍ଟିଏଫ୍‍)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସ୍‍ଟିଏଫ୍‍ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସାପାଣ୍ଠିରୁ ମାଗଣା ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଞ୍ଚଳରେ ବାର୍ଷିକ ୫୦ହଜାର ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‍ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦ୍‍ରୋଗ, କିଡ୍‍ନୀ ଏବଂ କର୍କଟରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍‍ ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ ।ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରକାଶଥାଉକି ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ଆରଏସ୍‍ବିୱାଇ ଓ ବିକେକେୱାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢେ ୩କୋଟିରୁ ଅଧିକ ହିତାଧିକାରୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କୁ ବାର୍ଷିକ ୫ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ।ସୁବିଧା ପାଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିର୍ଦ୍ଦେଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକକରି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‍ଟିଏଫ୍‍)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସ୍‍ଟିଏଫ୍‍ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସାପାଣ୍ଠିରୁ ମାଗଣା ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଞ୍ଚଳରେ ବାର୍ଷିକ ୫୦ହଜାର ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‍ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦ୍‍ରୋଗ, କିଡ୍‍ନୀ ଏବଂ କର୍କଟରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍‍ ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ ।ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 + 3 =