ସୁନ୍ଦର ତ୍ବଚା ପାଇଁ ଲଗାନ୍ତୁ ଏହି ଜିନିଷ…

ଆମେ ନିତିଦିନ ଆଳୁ ଖାଇଥାଉ,ଏବଂ ସମସ୍ତଙ୍କ ପନିପରିବାରେ ଆଳୁର ମାତ୍ରା ଅଧିକ ରହିଥାଏ ।ଆଳୁ ଏମିତି ଏକ ପରିବା ଯାହା ସବୁ ତରକାରୀ ପାଇଁ ଦରକାର ପଡ଼ିଥାଏ । ଆଳୁ ଖାଇବାର ସ୍ୱାଦ ବଢେଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଆପଣ ମାନେ ଜାଣନ୍ତି କି ଆଳୁ ରସ ଆମ ତ୍ୱଚା ପାଇଁ କେତେ ଆବଶ୍ୟକ ଅଟେ ?ଆସନ୍ତୁ ଜାଣିବା ଆଳୁରସର ଉପକାରିତା ।
ଗୋଟେ ଚାମଚ ଆଳୁରସ ସହିତ ଅଳ୍ପ କ୍ଷୀର ଏବଂ କିଛି ବୁନ୍ଦା ଗ୍ଳିସେରିନ୍ ମିଶାଇ ପେଷ୍ଟ ବନାଇନ୍ତୁ ଏବଂ ଏହି ପେଷ୍ଟକୁ ଚେହେରା ଉପରେ ଲେପନ କରି ୧୦-୧୫ ମିନିଟ୍ ରଖି ସାଧା ପାଣିରେ ଚେହେରାକୁ ସଫା କରିଦିଅନ୍ତୁ । ଏହି ଲେପନ ଦ୍ୱାରା ଚେହେରା ରୁ ବୟସ୍କରେଖା ଦୂର ହୋଇଥାଏ । ଏହି ପେଷ୍ଟ ଆପଣ ନିୟମିତ ଳଗାଇପାରିବେ । ଆଳୁକୁ ଗୋଲ ଗୋଲ କରି କାଟି ଆଖିରେ ଉପରେ ୧୦ ମିନିଟ୍ ରଖି ପରେ ହାଲକା ନଖ ଉଷୁମ ପାଣିରେ ସଫା କରିଦେବେ,ଏହା ଦ୍ୱାରା ଆଖିର କଳାପଣ ଏବଂ କଳାରେଖା ସମସ୍ୟା ଦୂର ହୋଇଥାଏ ।
ଆଳୁରସ ଏବଂ ଟମାଟୋ ରସ ସମାନ ଭାଗ ରେ ମିଶାଇ ପେଷ୍ଟ ତିଆରି କରନ୍ତୁ , ଏବଂ ଏହି ପେଷ୍ଟକୁ ସବୁଦିନ ରାତିରେ ଶୋଇବା ବେଳେ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଏବଂ ସକାଳେ ସାଧା ପାଣିରେ ମୁହଁ ସଫା କରିଦିଅନ୍ତୁ ।ଏହି ପ୍ୟାକ୍ ମୁହଁରୁ ବ୍ରଣଦାଗ,କଳାଦାଗ,ଏବଂ ବୟସ୍କରେଖା ଦୁର କରିବା ସହିତ ମୁହଁରେ ଗୋରାପଣ ଆଣିଥାଏ ।
ଏହା ବ୍ୟତୀତ ଆଳୁରସ ସହିତ ୨ ଚାମଚ ଲେମ୍ଭୁରସ, ଏବଂ ମୁଲତାନି ମାଟି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ଏହା ଶୁଖିଗଲା ପରେ ଖାଲିପାଣିରେ ସଫା କରନ୍ତୁ । ଏହି ପେଷ୍ଟ ମୁହଁରୁ ସବୁ ପ୍ରକାର ଦାଗକୁ ହଟାଇଥାଏ,ଓ ମୁହଁକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।

Share

Leave a Reply

Your email address will not be published. Required fields are marked *

three × five =