ଯୌବନକୁ ଧରି ରଖିବା ପାଇଁ ତକିଆ ବ୍ୟବହାର କରନ୍ତୁ ନାହିଁ

ତକିଆ ନଦେଇ ଶୋଇଲେ ସାଧାରଣତ ସମସ୍ତଙ୍କୁ ଭଲ ନିଦ ହୋଇଥାଏ । କିନ୍ତୁ ତକିଆ ବ୍ୟବହାର କରିବା ଯେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଏକଥା ବୋଧେ ବହୁ ଲୋକ ଜାଣନ୍ତି ନାହିଁ । ତକିଆ ଦେଇ ନଶୋଇଲେ ସ୍ପଣ୍ଡାଲାଇଟିସ ଭଳି ରୋଗତ ହୁଏ ନାହିଁ ତା ସହିତ ମଣିଷର ଯୌବନ ଦୀର୍ଘସ୍ଥାୟୀ ହୋଇଥାଏ ଏକଥା ଅନେକ ଜାଣନ୍ତି ନାହିଁ । ଆସନ୍ତୁ ଜାଣିବା ତକିଆ ନଦେଇ ଶୋଇବାର ଉପକାରୀତା ।
ପ୍ରଥମତଃ ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ । ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ । ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ । ଅର୍ଥାତ୍ ଆପଣ ୟଙ୍ଗ୍ ଦିଶିବେ ।
ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦିଶେ । ଖାଲି ସେତିକି ନୁହେଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ । ଠିକ୍ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ । କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍ ଦିଗରେ ରହିଥାଏ । ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ । ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ । ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ । ଆମେ ଫ୍ରେସ୍ନେସ୍ ଅନୁଭବ କରୁ । ଅନିଦ୍ରାଜନିତ ରୋଗ ହେବାର ମଧ୍ୟ ଆଶଙ୍କା ହ୍ରାସ ପାଇଥାଏ ।

Share

Leave a Reply

Your email address will not be published. Required fields are marked *

nineteen − 18 =