ସୁଗାର ଫ୍ରି ଖାଦ୍ୟ ଦାନ୍ତ ପାଇଁ କ୍ଷତିକାରକ

ଡାଇବେଟିସ ରୋଗୀଙ୍କୁ ଡାକ୍ତର ସୁଗାର ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଏହି ଖାଦ୍ୟ ଅତ୍ୟଧିକ ପରିମାଣରେ ଖାଇଲେ ତାହା ଦାନ୍ତକୁ ପ୍ରଭାବିତ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ଡାଇବେଟିସ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି। ୟମିତ ସୁଗାର ଫ୍ରି ଖାଦ୍ୟ ଖାଉଥିବା କେତେଜଣ ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରି ସେମାନେ ଏକଥା ଜାଣିପାରିଥିଲେ। ତର୍ଜମା ସମୟରେ ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ବ୍ୟକ୍ତିଙ୍କ ଦାନ୍ତ ଏହାଦ୍ୱାରା ପ୍ରଭାବିତ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସୁଗାର ଫ୍ରି ଖାଦ୍ୟ ନୁହେଁ, ସୁଗାର ଫ୍ରି ମୃଦୁପାନୀୟ ଦାନ୍ତ କ୍ଷୟର କାରଣ ସାଜିଥାଏ।

Share

Leave a Reply

Your email address will not be published. Required fields are marked *

five × 2 =