ନିଯୁକ୍ତି ବନାମ ନିଯୁକ୍ତି, ଟାର୍ଗେଟରେ ଯୁବ ଭୋଟର

ଭୁବନେଶ୍ୱର () ରାଜ୍ୟରେ ନିଯୁକ୍ତି ନେଇ ଆରମ୍ଭ ହୋଇଛି ରାଜନୀତି । ଟାର୍ଗେଟରେ ଯୁବ ଭୋଟର । ଯୁବକଙ୍କ ପାଇଁ କାହାର କେତେ ଦରଦ, କିଏ ଯୁବକଙ୍କୁ କେତେ ଅଗ୍ରାଧିକାର ଦେଇଛି, ତାକୁ ନେଇ ଚାଲିଛି ହିସାବ ନିକାଶ । ଏହି ପରିପ୍ରେକ୍ଷିରେ ଆଜି ଉଭୟ ବିଜେପି ଓ ବିଜେଡି ପକ୍ଷରୁ ବେକାରୀ ଓ ନିଯୁକ୍ତି ସମସ୍ୟାକୁ ନେଇ ସମାନ୍ତରାଳ ଭାବେ ହୋଇଛି ଆନ୍ଦୋଳନ । ବିଜେପି ପକ୍ଷରୁ ରାଜ୍ୟ ଏମପ୍ଲଏମେଣ୍ଟ ଏକ୍ସଚେଂଜରେ ତାଲା ପକାଯାଇଥିବା ବେଳେ ବିଜେଡି ଦକ୍ଷିଣ ଓଡିଶାରେ ଥିବା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ବିଜେପି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ସମସ୍ତ ଦାୟିତ୍ବ ନେଉଛନ୍ତି କିନ୍ତୁ ଓଡିଶା ସରକାର ନିଯୁକ୍ତି ନାଁରେ ଶୀକ୍ଷିତ ଯୁବକ ଯୁବତୀଙ୍କୁ ପ୍ରତାରିତ କରୁଛନ୍ତି । ଓଡ଼ିଶାର ବିକାଶ ଓ ରୋଜଗାର ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ସକାରାତ୍ମକ ଏଜେଣ୍ଡା ନାହିଁ । ଦୀର୍ଘ ବର୍ଷ ଧରି ଶାସନରେ ଥିଲେ ମଧ୍ୟ ରାଜ୍ୟ ସରକାର ଯୁବକ ଯୁବତୀଙ୍କୁ କୌଣସି ସ୍ଥାୟୀ ନିଯୁକ୍ତ ଦେବାରେ ସକ୍ଷମ ହୋଇନାହାଁନ୍ତି । କେବଳ ଶାସନ ଆଳରେ କେବଳ ରାଜନୈତିକ ଫାଇଦା ପାଇଁ ଯୁବ ଗୋଷ୍ଠିକୁ ବ୍ୟବହାର କରୁଛନ୍ତି ।
ସେପଟେ ବିଜେପିକୁ ଏହି ପ୍ରସଙ୍ଗରେ ଘେରିଛି ବିଜୁ ଜନତା ଦଳ । ବିଜେପିର ଏମପ୍ଲେଏମେଣ୍ଟ ଏକ୍ସଚେଂଜରେ ତାଲା ପକାକୁ କାଉଣ୍ଟର କରି କରି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବେକାର ଯୁବକ ଯୁବତୀଙ୍କୁ କେନ୍ଦ୍ର ଅବହେଳା କରୁଥିବା ପ୍ରତିବାଦରେ ଦକ୍ଷୀଣ ଓଡିଶାର କିଛି ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ବିକ୍ଷୋଭ ପ୍ରଦର୍ଶନ ତିନି ଦିନ ଧରି ଚାଲିବ । ଆଜି ଦକ୍ଷୀଣ ଓଡିଶାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆସନ୍ତାକାଲି ଉତ୍ତର ଓଡିଶା ଏବଂ ୮ ତାରିଖରେ କେନ୍ଦ୍ରାଞ୍ଚଳରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ, ପ୍ରତି ବର୍ଷ ୨ କୋଟି ନିଯୁକ୍ତି ହିସାବରେ ସାଢ଼େ ୪ ବର୍ଷରେ ୯ କୋଟି ଯୁବଶକ୍ତିଙ୍କୁ ନିଯୁକ୍ତ ମିଳିବା କଥା । ସେହ ଅନୁପାରେ ଗତ ଚାରି ବର୍ଷରେ ଓଡ଼ିଶାରୁ ୩୬ ଲକ୍ଷ ଯୁବକଯୁବତୀ ନିଯୁକ୍ତ ପାଇବା କଥା । ହେଲେ ଶାସନର ଏତେ ବର୍ଷ ବିତିଯାଇଥିଲେ ହେଁ ଏଯାଏଁ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଆଖିଦୃଶିଆ ନିଯୁକ୍ତି ମିଳିନି । ପାରାଦ୍ବୀପ ତୈଳ ବିଶୋଧନାଗାର ଠାରୁ ଆରମ୍ଭ କରି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗରେ ମଧ୍ୟ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି । ଏହାର ଜବାବରେ ବିଜେପି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଯୁବକ ଯୁବତୀଙ୍କ ପାଇଁ କାର‌୍ୟ୍ୟକାରୀ କରୁଥିବା ଯୋଜନାକୁ ରାଜ୍ୟ ସରକାର ସଠିକ ଭାବେ କାର‌୍ୟ୍ୟକାରୀ କରୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − two =