ଏହି କାମ ବାରମ୍ବାର କରୁଛନ୍ତି କି ? ସାବଧାନ…

କ୍ଷୀରକୁ ପିଇବା ପୂର୍ବରୁ ଭଲ ଭାବରେ ସିଝାଇ ପିଇବା ଉଚିତ୍ । ଏହା ଦ୍ବାରା ଏଥିରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ଏକଥା ଆପଣ ନିଶ୍ଚୟ ଶୁଣିଥିବେ। ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ବ କ୍ଷୀରରେ ଥାଏ । କିନ୍ତୁ କ୍ଷୀରକୁ ବାରମ୍ବାର ଗରମ କରି ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କ୍ଷୀରକୁ ବାରମ୍ବାର ଗରମ କଲେ କଣ କ୍ଷତି ହୋଇଥାଏ ।
– କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍, ଫସଫରସ୍, ଭିଟାମିନ୍ ବି ୧୨, ଭିଟାମିନ୍ ଏ ଏବଂ ରାଇବୋଫ୍ଲେବିନ୍ ଭଳି ସ୍ବାସ୍ଥ୍ୟ ବର୍ଦ୍ଧକ ତତ୍ବ କେବଳ କ୍ଷୀର ପିଇଲେ ମିଳିଥାଏ । ଏସବୁ ପୋଷକ ଆମର ହାଡ ଏବଂ ଦାନ୍ତୁ ମଜଭୂତ କରିଥାଏ । କିନ୍ତୁ ବାରମ୍ବାର କ୍ଷୀରକୁ ଗରମ କଲେ ଏହାର ପୋଷକ ତତ୍ବ ନଷ୍ଟ ହୋଇଯାଏ ।
– ଏକ ରିସର୍ଚ୍ଚ ମୂତାବକ ମାତ୍ର ୧୭ ପ୍ରତିଶତ ମହିଳା ଜାଣିଛନ୍ତି ଯେ କ୍ଷୀରକୁ ବରମ୍ବାର ସିଝାଇବା ଅନୁଚିତ୍ । ଯେତେବେଳେ କି ୫୯ % ପ୍ରତିଶତ ମହିଳା ଭାବନ୍ତି କ୍ଷୀରକୁ ବାରମ୍ବାର ଗରମ କଲେ ପୋଷକ ତତ୍ବ ବଢିଥାଏ । ଆଉ କେବଳ ୨୭ % ମହିଳା ମାନନ୍ତି ଯେ ପୋଷକ ତତ୍ବ ଉପରେ କୌଣସି ପ୍ରଭାବ ପଡିନଥାଏ ।
– ତେଣୁ କ୍ଷୀରର ପୋଷକ ତତ୍ବ ନଷ୍ଟ କରିବାକୁ ଚାହୁଁନାହାଁନ୍ତି ତେବେ ଏହାକୁ ବାରମ୍ବାର ଗରମ କରନ୍ତୁ ନାହିଁ । ଆଉ ଗରମ କରିବା ନିହାତି ଆବଶ୍ୟକ ତେବେ ଧ୍ୟାନ ରଖନ୍ତୁ ଯେ ୨ ରୁ ୩ ମିନିଟ୍ ଭିତରେ ହିଁ ଗରମ କରନ୍ତୁ । ଅଧିକ ସମୟ ନୁହେଁ ।
– ଥରେ ଫୁଟିବା ହେବା ପରେ କ୍ଷୀରକୁ ଫ୍ରିଜରେ ରଖି ଦିଅନ୍ତୁ । ଏହା ପରେ ଖାଇବା ସମୟରେ ଗରମ କରି ପିଅନ୍ତୁ ।

Share

Leave a Reply

Your email address will not be published. Required fields are marked *

11 − 4 =