ଚା’ ସହ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ ଏହି ଜିନିଷ

ଭାରତରେ ପ୍ରାୟ ସମସ୍ତ ବ୍ୟକ୍ତଙ୍କ ଜୀବନର ଏକ ଅଂଶ ପାଲିଟିଛି ଚା। କିଛି ବ୍ୟକ୍ତି ଦିନର ଆରମ୍ଭ ଚା ସହ କରିଥିବା ବେଳେ ଆଉ କିଛି ଦିନରେ ଅନେକ ଥର ଚା ପିଇଥାନ୍ତି। ଆପଣ ଜାଣିଥିବେ ଅଧିକ ଚା ସେବନ ଶରୀର ପାଇଁ ହାନିକାରକ। କିନ୍ତୁ ଆଜି ଆମେ ଚା ସହ କଣ ସେବନ ଶରୀର ପାଇଁ କ୍ଷତିକାରକ ତାହା ବିଷୟରେ କହିବାକୁ ଯାଉଛୁ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଚା ସହ କିଛି ସାଧାରଣ ଜିନିଷର ସେବନ କ୍ୟାନ୍ସର କାରଣ ପାଲଟିଥାଏ।
ବହୁ ସଂଖ୍ୟାକ ଲୋକ ଚା’ ପିଇବା ସହ ଧୂମପାନ କରିବାକୁ ପସନ୍ଦ କରିଛି। ଦେଖିବାକୁ ଗଲେ ଏହା ତାଙ୍କ ଦୈନିକ ଅଭ୍ୟାସରେ ପରିଣତ ହୋଇଥାଏ। କାରଣ ଚା ଏବଂ ଧୂମପାନ ଉଦ୍ଭୟ ହେଉଛି ଲୋକଙ୍କ ଏକ ବଦଅଭ୍ୟାସ।
ସୂଚନା ଅନୁଯାୟୀ, ଧୂମପାନରେ ନିକୋଟିନର ମାତ୍ରା ଅଧିକ ରହିଥାଏ। ଧୂମପାନ ସମୟରେ ଚା ପିଇବା ଦ୍ବାରା ଉଦ୍ଭୟର କ୍ଷତିକାରକ ପ୍ରଭାବ ଶରୀରରେ ପଡ଼ିଥାଏ। ଏପରିକି ଏହା ସହଜରେ ରକ୍ତ କଣିକାରେ ମଧ୍ୟ ମିଶିଥାଏ । ଯାହା କ୍ଷତିକାରକ କ୍ୟାନ୍ସର କାରଣ ପାଲଟିଥାଏ। ଯଦି ଆପଣଙ୍କର ଏପରି ବଦଅଭ୍ୟାସ ରହିଛି ତେବେ ଶୀଘ୍ର ପରିବର୍ତ୍ତନ କରନ୍ତୁ।

Share

Leave a Reply

Your email address will not be published. Required fields are marked *

19 − 9 =