ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ସମ୍ବିଧାନର ପାଠ

ଭୁବନେଶ୍ୱର() ନାଗରିକର ମୌଳିକ କର୍ତବ୍ୟ ବିଷୟରେ ସଚେତନ କରିବେ ସରକାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପଢାଯିବ ସମ୍ବିଧାନର ପାଠ । ସମ୍ବିଧାନର ୭୦ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କାର୍ୟ୍ୟକାରୀ କରିବାକୁ ଯାଉଛି ଓଡ଼ିଶା । ଆଇନ ବିଭାଗର କସରତ ପରେ ବିଭିନ୍ନ ବିଭାଗ ଏନେଇ ବାର୍ଷିକ ଖସଡ଼ା ପ୍ରସ୍ତତ କରିଛନ୍ତି । ୨୬ ନଭେମ୍ବର ୨୦୨୦ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓସେପା ମୁଖ୍ୟ । ମୌଳିକ ଅଧିକାର ଭଳି ନାଗରିକମାନେ ମୌଳିକ କର୍ତବ୍ୟ ବିଷୟରେ ଜାଣିବା ଦରକାର ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସରକାରଙ୍କ ଏଭଳି ଯୋଜନାକୁ ବିରୋଧି ବିଜେପି ଓ କଂଗ୍ରେସ ସ୍ୱାଗତ କରିଛନ୍ତି ।

ନାଗରିକର ମୌଳିକ କର୍ତବ୍ୟ କ’ଣ? ଏହା କେତେ ଗୁରୁତ୍ୱପୂର୍ଣ୍ଣ? ମୌଳିକ ଅଧିକାର ପାଇଁ ବ୍ୟକ୍ତି ହେଉ କି ସଂଘ ସବୁବେଳେ ନିଜ ସ୍ୱର ଉଠାଇଥାଏ । ହେଲେ ମୌଳିକ କର୍ତବ୍ୟ ପ୍ରତି କେତେ ସଚେତନ? ଏବେକାର ଯୁବପିଢି ମୌଳିକ କର୍ତବ୍ୟ ବିଷୟରେ କେତେ ଜାଣିଛନ୍ତି? ନାଗରିକମାନଙ୍କୁ ନିଜ ମୌଳିକ କର୍ତବ୍ୟ ବିଷୟରେ ସେଚତନ କରିବାକୁ ଏବେ ସରକାର ଯୋଜନା କରୁଛନ୍ତି । ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନରେ ମୌଳିକ ଅଧିକାର ବାବଦରେ ସଚେତନତା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯିବ । ଗଣଶିକ୍ଷା ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷକର ଖସଡ଼ା ପ୍ରସ୍ତୁତ କରିଛି ବିଭାଗ । ଏହାକୁ କାର୍ୟ୍ୟକାରୀ କରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓସେପା ମୁଖ୍ୟ । ଏହାର ଆବଶ୍ୟକତା ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସମ୍ବିଧାନର ଧାରା ୫୧(କ) ଅନୁସାରେ ନାଗରିକଙ୍କ ୧୧ଟି ମୌଳିକ କର୍ତବ୍ୟ ରହିଛି । ସମ୍ବିଧାନ, ଜାତୀୟ ସଙ୍ଗୀତ ଓ ଜାତୀୟ ପତାକାକୁ ସମ୍ମାନ ଦେବା, ସ୍ୱାଧୀନତା ସଂଗ୍ରାମକୁ ମନେ ରଖିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ଦେଶର ସାର୍ବଭୌମତ୍ୱ, ଏକତା ଏବଂ ସଂହତିର ସୁରକ୍ଷା କରିବା, ଆବଶ୍ୟକ ସ୍ଥଳେ ଜାତୀୟ ସ୍ୱାର୍ଥ ପାଇଁ ନିୟୋଜିତ ହେବା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାତୃଭାବ ବଜାୟ ରଖିବା, ସଂସ୍କୃତି, ଐତିହ୍ୟକୁ ସୁରକ୍ଷା ଦେବା, ଜଙ୍ଗଲ, ନଦୀ, ବନ୍ୟଜନ୍ତୁ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଜାତୀୟ ସମ୍ପତିର ସୁରକ୍ଷା ସାଙ୍ଗକୁ ହିଂସାରେ ସାମିଲ ନ ହେବା ହେଉଛି ନାଗରିକର ମୌଳିକ କର୍ତବ୍ୟ । ହେଲେ ଏହା ଧିରେ ଧିରେ କ୍ଷୁର୍ଣ୍ଣ ହେଉଛି । ମୌଳିକ କର୍ତବ୍ୟ ବିଷୟରେ ପ୍ରଚାର ପ୍ରସାର କରିବା ପାଇଁ ଯୋଜନାକୁ ବିରୋଧି ବିଜେପି ଓ କଂଗ୍ରେସ ମଧ୍ୟ ସ୍ୱାଗତ କରିଛନ୍ତି ।

ମୌଳିବ କର୍ତବ୍ୟ ବିଷୟରେ ନାଗରିକଙ୍କୁ ସେଚତନ କରିବା ଏବଂ ବିଶେଷ କରି ଯୁବପିଢୀଙ୍କୁ ଅବଗତ କରିବା ପାଇଁ ରାଜ୍ୟର ବଛା ବଛା ସେଲିବ୍ରିଟିକୁ ନେଇ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

one × 1 =