ଦାମଙ୍କ ରାଜନୈତିକ ଖେଳ ଖତମ

ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ପାଇଁ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର () ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଡାକ୍ତର ଦାମୋଦର ରାଉତଙ୍କ ପ୍ରତି ଥିବା ଦୁର୍ବଳତାକୁ ପଛରେ ପକାଇ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ସର୍ବୋଚ୍ଚ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦାମ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡିରୁ ବାହିଷ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିବା ନେଇ ଦଳର ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଦାମ ରାଉତ ଜଣେ ବରିଷ୍ଠ ନେତା ଭାବେ ବିଜେଡିରେ ସବୁବେଳେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ତାଙ୍କ ମନରେ ଥିବା ଅସନ୍ତୋଷ ସମ୍ପର୍କରେ ସେ ଦଳର ସୁପ୍ରିମୋଙ୍କ ସମ୍ମୁଖରେ ଦଳୀୟ ଫୋରୁମରେ ଆଲୋଚନା ନକରି ବାରମ୍ବାର ଗଣମାଧ୍ୟମରେ ଦଳର ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ହେବାଭଳି ବିବୃତ୍ତି ଦେଇଥାନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଆକ୍ଷେପମୁଳକ ଶବ୍ଦ ବ୍ୟବହାର କରିବା ସହ ଜାତିକୁ ନେଇ ମଧ୍ୟ ସେ ବ୍ରାହ୍ମଣ ଓ ଦଳିତଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । ଏନେଇ ହାଇକୋର୍ଟରେ ଏକ ମାମଲା ବିଚାରଧୀନ ।

ତାଙ୍କ ଜିଲ୍ଲା ଜଗତସିଂହପୁରର ବହୁ ନେତା ଓ କ୍ୟାଡର ଏଭିତରେ ଦମଙ୍କର ଟିଟୋ ଲିଙ୍କ ଥିବା ସୁପ୍ରିମୋଙ୍କ ପ୍ରମାଣ ସହ ଜଣାଇଛନ୍ତି । ତିନିଦିନ ତଳେ ସେ ବାଲିକୁଦା-ଏରସମାରେ କଂଗ୍ରେସ ଓ ବିଜେପି ନେତାଙ୍କ ସହ ବୈଠକ କରିଥିବାର ସଚିତ୍ର ପ୍ରମାଣ ମଧ୍ୟ ନବୀନଙ୍କୁ ମିଳିଛି । ଦମଙ୍କୁ ଦଳ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବାକୁ ବାରମ୍ବାର ସଂକେତ ଦିଆଯାଇଛି । କିନ୍ତୁ ସେ ଦଳ ବିରୋଧୀ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଲେନି, ଯେଉଁଥି ପାଇଁ ତାଙ୍କୁ ବହିଷ୍କାର କରିବାକୁ ନବୀନ ବାଧ୍ୟ ହେଲେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମନ୍ତ୍ରୀ ପଦ ଓ ଦଳର ଉପସଭାପତି ପଦରୁ ବହିଷ୍କାର ଜରିଆରେ ତାଙ୍କୁ ପର୍ଯ୍ୟାପ୍ତ ସଂକେତ ଦିଆଯାଇଛି । ତଥାପି ସେ ଦଳୀୟ ଶୃଙ୍ଖଳାକୁ ମାନି ନାହାନ୍ତି। ଜଣେ ବରିଷ୍ଠ ନେତା ଭାବେ ତାଙ୍କର ବିବାଦୀୟ ମତମନ୍ତବ୍ୟ ପାଇଁ ତାଙ୍କୁ ବାରମ୍ବାର ମନ୍ତ୍ରୀମଣ୍ଡଳରୁ କଢ଼ାଯାଉଥିଲେ ବି ପୁଣି ଥରେ ମନ୍ତ୍ରୀ ପଦ ଦେଇ ନବୀନ ଭାବୁଥିଲେ ଏବେ ସେ ସୁଧୁରିଯିବେ । କିନ୍ତୁ ସବୁବେଳେ ଦଳୀୟ ଶୃଙ୍ଖଳାର ଲକ୍ଷ୍ମଣରେଖାକୁ ଉଲଂଘନ କରିଛନ୍ତି। ଏହାର ଅନେକ ନଜିର ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏବେ ସେ ଯେଉଁ ଦୁର୍ନୀତିର ଦ୍ୱାହି ଦେଉଛନ୍ତି, ମନ୍ତ୍ରୀ ଥିବା ସମୟରେ ସେସବୁ କଥା କେବେବି ମୁଖ୍ୟମନ୍ତ୍ରୀଙ୍କୁ ଜାଣିନଥିଲେ । ଏବେ ଦୁର୍ନୀତିର ବାହାନା ନେଇ ରାଜନୈତିକ ସମବେଦନା ସାଉଁଟିବାକୁ ଚେଷ୍ଟା କରୁଛନ୍ତି । ଗଣମାଧ୍ୟମରେ ଏବେ ଦୁର୍ନୀତି କଥା କହି ଚର୍ଚ୍ଚିତ ହେବାକୁ ଚେଷ୍ଟା କରୁଥିବା ଦାମ ବାବୁ ମନ୍ତ୍ରୀ ଥିବା ସମୟରେ ଏହି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲେ ସେ ପରବର୍ତୀ ଫୋରମକୁ ଯାଇପାରିଥାନ୍ତେ ।

Share

Leave a Reply

Your email address will not be published. Required fields are marked *

20 − sixteen =