ରାତିରେ ସ୍ନାନ କରିବାର ଫାଇଦା ଜାଣନ୍ତୁ …

ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

-ରାତିରେ ସ୍ନାନ କରି ଶୋଇବା ଦ୍ୱାରା ରକ୍ତ ଚାପରେ ସୁଧାର ଆସିଥାଏ। ରାତିରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ଯାହା ଦ୍ୱାରା ଉକ୍ତ ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ।

-ସେହିପରି ରାତିରେ ସ୍ନାନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଆମେରିକାନ ଡାଇବେଟିକ ଆସୋସିଏସନ୍ ଅନୁସାରେ, ରାତିରେ ନଖ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାର ଲେବଲ କମ୍ ରହିଥାଏ। ଏହାଦ୍ୱାରା ଟାଇପ୍-୨ ଡାଇବେଟିସ ହେବାର ଆଶଙ୍କା କମ୍ ରହିଥାଏ।

-ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀର ପରିଷ୍କାର ରହିଥାଏ। ଫଳରେ ତ୍ୱଚାରେ ସଂକ୍ରମଣଜନିତ ସମସ୍ୟା ଦେଖାଯାଇ ନଥାଏ। ତ୍ୱଚାର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇବା ସହ କ୍ଲାନ୍ତ ଓ ଅବସାଦ ମଧ୍ୟ ଦୂର ହୋଇଥାଏ।

-ରାତିରେ ଯେଉଁମାନଙ୍କୁ ନିଦ ନହେବା ଭଳି ସମସ୍ୟା ରହିଛି ସେମାନେ ରାତିରେ ସ୍ନାନ କରିବା ଅଭ୍ୟାସ ଆରମ୍ଭ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

four × 1 =