ତ୍ବଚା ସତେଜ ରଖିବା ପାଇଁ ଚାହୁଁଛନ୍ତି କି?

ବୟସ ବଢିବା ସାଙ୍ଗକୁ ଆମେ ସର୍ବଦା ଯୁବ ରହିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହିଁଥାଉ । ଯଦି ଆପଣ ଆପଣଙ୍କ ବୟସ ବଢିବା ପ୍ରକ୍ରୀୟାକୁ କମ୍ କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଦୈନିକ କିଛି ଅଭ୍ୟାସକୁ ପାଳନ କରିବାକୁ ପଡିବ । ଏଠାରେ ଥିବା ୫ଟି ଅଭ୍ୟାସ ଆପଣଙ୍କୁ ବୟସ ହେବା ସତ୍ତ୍ବେ ମଧ୍ୟ ସତେଜ ରଖିବ ।
ପ୍ରତିଦିନ କିଛି ଓଜନିକ ବସ୍ତୁକୁ ଧରି ବାୟାମ କରନ୍ତୁ
ଯଦି ଆପଣ ଚାହୁଁଛନ୍ତି କି ଅପଣଙ୍କ ଶରୀର ସୁସ୍ଥ ସବଳ ରହୁ, ତେବେ ପ୍ରତିଦିନ ଆପଣ କିଛି ଓଜନିଆ ବସ୍ତୁ ଧରି ଲିପ୍ଟ କରନ୍ତୁ, ଯାହା ଆପଣଙ୍କ ଶରୀରର ମାଂସପେଶୀକୁ ଫିଟ୍ ରଖିବାରେ ସାହାର୍ୟ୍ୟ କରିବ । ଏଥିପାଇଁ ଆପଣଙ୍କୁ ଏହି ଅଭ୍ୟାସକୁ ଆପଣଙ୍କର ପ୍ରତିଦିନ କରିବାକୁ ପଡିବ । ଆରମ୍ଭରୁ ଏହା ଆପଣଙ୍କୁ କଷ୍ଟ ଲାଗିପାରେ କିନ୍ତୁ କିଛି ଦିନ ଏହାକୁ କରିବା ପରେ ଆପଣଙ୍କୁ ସହଜ ଲାଗିବ । ତେବେ ସମୟ କ୍ରମେ ଆପଣ ଧରୁଥିବା ଓଜନିଆ ବସ୍ତୁର ଓଜନକୁ ବଢାଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ଶରୀରର ଓଜନକୁ ପରୀକ୍ଷଣ କରି ସଜାଗ ରୁହନ୍ତୁ ।
ଖାଦ୍ୟରେ ପ୍ରୋଟିନ୍ ଖାଆନ୍ତୁ
କମ୍ ପ୍ରୋଟିନ୍ ଖାଇବା ଶରୀରର ମାଂସପେଶୀ ପାଇଁ ହାନୀକାରକ ହୋଇଥାଏ । ୫୦ ବର୍ଷ ବୟସ ପରେ, ଆପଣଙ୍କ ଶରୀରରେ ପୂର୍ବରୁ ଖାଉଥିବା ପ୍ରୋଟିନ୍ ଠାରୁ ବେଶି ପ୍ରୋଟିନ୍ ଆବଶ୍ୟକ ପଡିଥାଏ । ଆମ ଶରୀରକୁ ପ୍ରତି କିଲୋଗ୍ରାମ ଖାଦ୍ୟ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ରହିବା ଆବଶ୍ୟକ ହୋଇଥାଏ ।
ସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ
ଆପଣଙ୍କୁ ସତେଜ ରଖିବା ପାଇଁ ଅପଣ ବ୍ରେକ୍ ଫାଷ୍ଟ, ଲଞ୍ଚ୍ ଓ ଡିନରରେ ବେଶି ପରିମାଣର ଗ୍ରୀନ୍ ଭେଜିଟେବୁଲ୍ ଖାଆନ୍ତୁ । ବେଶି ତେଲ, ମସଲା ଥିବା ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ମାଂସ ଜାତୀୟ ଭୋଜନରୁ ପ୍ରାୟତଃ କମ୍ ଗ୍ରହଣ କରନ୍ତୁ ।
ଭିଟାମିନ୍ ଡି
ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଡି’ର ପରିମାଣ କମ୍ ଅଛି, ତେବେ ଆପଣଙ୍କୁ ଆପଣଙ୍କ ଶରୀର ପାଇଁ ଭିଟାମିନ୍ ଡି ଥିବା ଖାଦ୍ୟ କିମ୍ବା ବଟିକା ଗ୍ରହଣ କରିବାକୁ ପଡିବ । କାରଣ ଭିଟାମିନ୍ ଡି ଆପଣଙ୍କ ହାଡକୁ ମଜବୁତ୍ ରଖିବାରେ ସାହାର୍ୟ୍ୟ କରିଥାଏ ।
ଆଣ୍ଟିଅକ୍ସିଡେଣ୍ଟ
ଗ୍ରୀନ୍ ଟି ରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ପରିମାଣରେ ରହିଛି, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣ ଆପଣଙ୍କ ଖାଦ୍ୟରେ ଆଣ୍ଟିଅକ୍ସିଡେଣ୍ଟ ଥିବା ଖାଦ୍ୟକୁ ଯୋଡି ପାରିବେ । ଆପଣ ଡାଳିମ୍ବ ଖାଇପାରିବେ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ବହୁ ପରିମାଣରେ ରହିଛି । ଏହା ତ୍ବଚାକୁ ସତେଜ ରହିବା ସହ ଚମକ ଦେଇଥାଏ ।

Share

Leave a Reply

Your email address will not be published. Required fields are marked *

18 − 16 =