ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ହିନା

ଟେଲି ଅଭିନେତ୍ରୀ ହିନା ଖାନଙ୍କୁ ନେଇ ଏବେ ବି-ଟାଉନରେ ଜୋରସୋର କଥାବାର୍ତ୍ତା ଚାଲିଛି। ବହୁ ପ୍ରତିକ୍ଷିତ ରିୟାଲିଟି ସୋ “ବିଗବସ୍-୧୧”ରୁ ହିନାଙ୍କୁ ପପୁଲାରିଟି ମିଳିଥିଲା। ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସ୍ତା କ୍ୟା କେହଲାତା ହୈ” ଧାରାବାହିକ ଦ୍ୱାରା ଏହି ଅଭିନେତ୍ରୀ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।
ଏବେ ସେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ବଲିଉଡ୍ରେ ଡେବ୍ୟୁ କରିବା ପାଇଁ ହିନା ଜୋର୍ସୋର୍ରେ ପ୍ରସ୍ତୁତି ଚଲାଇଛନ୍ତି। ଏବେ ତାଙ୍କ ପାଖରେ ୩ଟି ଫିଲ୍ମର ଅଫର୍ ରହିଛି। ରିପୋର୍ଟ ଅନୁସାରେ ବଲିଉଡ୍ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ନିଜ ଫିଲ୍ମରେ ହିନା ଖାନ୍ଙ୍କୁ ସାଇନ୍ କରିଛନ୍ତି।

ନିଜ ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ ବିକ୍ରମ ଭଟ୍ଟ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଏଥିନେଇ ସେ କହିଥିଲେ ଯେ, ହିନା ଖାନଙ୍କୁ ତାଙ୍କ ଚଳଚ୍ଚିତ୍ରରେ ସାଇନ କରିବା ପଛରେ କିଛି କାରଣ ଅଛି। ସେ କହିଥିଲେ ଯେ, ହିନାଙ୍କ ପାଖରେ କିଛି ଆକର୍ଷକ ଗୁଣ ଅଛି ଯେଉଁଥିପାଇଁ ହୀନାଙ୍କୁ ବାଛିଛନ୍ତି। ହିନା ସେନ୍ସୁଆଲିଟି ଓ କ୍ଲାସର ମିଶ୍ରଣ ବୋଲି ବିକ୍ରମ କହିଥିଲେ। ସେ କହିଥିଲେ ଯେ, ହିନା ଜଣେ ଭଲ ଅଭିନେତ୍ରୀ ହେବା ସହ ଫ୍ୟାଶନ ବିଷୟରେ ସଚେତନ।

Share

Leave a Reply

Your email address will not be published. Required fields are marked *

4 + 14 =