ଲିପଷ୍ଟିକ ଚୟନ ପୂର୍ବରୁ ଜାଣି ରଖନ୍ତୁ କିଛି ଟିପ୍ସ

ଭୁବନେଶ୍ୱର : ନିଜକୁ ପରଫେକ୍ଟ ଲୁକ୍‌ ଦେବାକୁ ଆମେ ଆଉଟଫିଟ୍‌ ଉପରେ ଅଧିକ ଫୋକସ୍‌ ଦେଇଥାଉ। ହେଲେ ଏହା ସହିତ ହେଭି କିମ୍ୱା ଲାଇଟ୍‌ ମେକଅପ୍‌, ଲିପଷ୍ଟିକ ଚୟନ ଓ ଟ୍ରେଣ୍ଡି ଇୟର ରିଂ ଉପରେ ମଧ୍ୟ ନଜର ରଖିବାକୁ ପଡେ। ଲିପଷ୍ଟିକ ଲଗାଇବା ସବୁ ଝିଅଙ୍କ ପସନ୍ଦ । ମେକ୍‌ଅପ୍‌ ନେବାକୁ ସମୟ ନ ଥିଲେ ଖାଲି ଲିପଷ୍ଟିକ ଲଗାଇ ବାହାରକୁ ପଳାଇଲେ ତାହା ମଧ୍ୟ ଏକ ଅଲଗା ପ୍ରକାର ଗ୍ଲୋ ଦେଇଥାଏ ଚେହେରାକୁ। ହେଲେ ଆମେ କେଉଁ ପାର୍ଟି, ଫଙ୍କସନ୍‌କୁ ଯାଉଛେ, ଦିନରେ ବା ରାତିରେ ଯାଉଛେ ଏହାକୁ ଦେଖି ଡିଫରେଣ୍ଟ କଲରର ଲିପଷ୍ଟିକ ଚୟନ କରିବା ଦରକାର।

ଲିପଷ୍ଟିକ୍‌ ଟ୍ରେଣ୍ଡ ବିଷୟରେ କଥା ହେଲେ ଏବେ ଅରେଞ୍ଜ, ରେଡ, ଡାର୍କ ପର୍ପଲ ଶେଡ୍‌ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଆଜି ଆସନ୍ତୁ ଜାଣିବା ଲିପଷ୍ଟିକ ବିଷୟରେ କିଛି ଅଜଣା କଥା।

ନାଇଟ୍‌ ପାର୍ଟି ଓ ଲିପ୍‌ଷ୍ଟିକ୍‌

ଆପଣ ରାତିରେ ପାର୍ଟି ଆଟେଣ୍ଡ କରିବାକୁ ଯାଉଥିଲେ, ବୋଲ୍ଡ କଲରର ଲିପଷ୍ଟିକ୍‌ ଚୟନ କରନ୍ତୁ। ଏହା ଆପଣଙ୍କୁ ଡିଫରେଣ୍ଟ ଲୁକ୍‌ ଦେବା ସହ ପାର୍ଟିରେ ଆପଣ ଖୁବ୍‌ ଆକର୍ଷଣୀୟ ମଧ୍ୟ ଲାଗିବେ। ରାତିରେ ହାଲକା କଲର୍‌ ଲିପଷ୍ଟିକ ଚୟନ କଲେ ଏହାଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ମେକଅପ୍‌କୁ ଫିକା ପକାଇ ଦେଇଥାଏ।

ଡେ ପାର୍ଟି ଓ ଲିପ୍‌ଷ୍ଟିକ୍‌

ବହୁ ସମୟରେ ଆମକୁ ଦିନରେ ପାର୍ଟି ଆଟେଣ୍ଡ କରିବାକୁ ପଡ଼େ। ହେଲେ ଏଥିଲାଗି ମେକଅପ୍‌ ଓ ଲିପଷ୍ଟିକ୍‌ ଚୟନ କରିବା କଷ୍ଟକର ହୋଇପଡ଼େ। ଏଥିଲାଗି ଆପଣ ହାଲକା ଶେଡର ଲିପଷ୍ଟିକ୍‌ର ବ୍ୟବହାର କରିପାରିବେ। ଚକୋଲେଟ ରେଡ଼, ପିଚ୍‌ ଶେଡ୍‌ ,ମେଟାଲିକ୍‌ କ୍ରିମସନ, ଡାର୍କ ଚକୋଲେଟ ରେଡ ଆଦି ଶେଡର ଲିପଷ୍ଟିକ ଚୟନ କରି ପାରିବେ।
ଲିପ୍‌ ଲାଇନର

ଅଧିକାଂଶ ଯୁବତୀ ଲିପଷ୍ଟିକ ଲଗାଇବା ପୂର୍ବରୁ ଲିପ୍‌ ଲାଇନର ଲଗାଇଥାନ୍ତି। ଏହାକୁ ମେକଅପ୍‌ର ଗେମ୍‌ ଚେଞ୍ଜର କୁହାଯାଏ। ହେଲେ ଆପଣ ଏହାକୁ ଆଭଏଡ଼ କରିବାକୁ ଚାହିଁଲେ ଓଠରେ ‍ଡବଲ କୋଟର ଲିପଷ୍ଟିକ ଲଗାଇ ପାରିବେ ।

ଅରେଞ୍ଜ ଲିପଷ୍ଟିକ

ଏହି କଲର ଲିପଷ୍ଟିକ ବହୁ ଯୁବତୀଙ୍କ ପ୍ରଥମ ପସନ୍ଦ। ଏହି କଲରକୁ ସବୁ ଡ୍ରେସ ସହ ଆପଣ ଟ୍ରାଏ କରି ପାରିବେ। ଆପଣ ଅରେଞ୍ଜ କଲର ଲିପଷ୍ଟିକ ଲଗାଉଥିଲେ ଆଖି ମେକଅପ୍‌କୁ ହାଇଲାଇଟ୍‌ କରନ୍ତୁ ନାହିଁ। ଆଇ ମସ୍କାରା ଲଗାଇବା ସହ ମେକଅପକୁ ମଧ୍ୟ ନେଚୁରାଲ ରଖନ୍ତୁ।
ସେହି ରଙ୍ଗର ଲିପଷ୍ଟିକ ପସନ୍ଦ କରନ୍ତୁ ଯାହା ଆପଣଙ୍କ ପର୍ସନାଲିଟିକୁ ମ୍ୟାଚ କରିବ। ଆପଣ ଉଜ୍ଜ୍ୱଳ ରଙ୍ଗ ହୋଇଥିଲେ ଯେକୌଣସି ରଙ୍ଗର ଲିପଷ୍ଟିକ ଆପଣଙ୍କୁ ଶୁଟ୍‌ କରିବ। ଯଦି ଆପଣଙ୍କ ରଙ୍ଗ ଟିକେ ଡାର୍କ ଅଛି ତା ହେଲେ ଭାବିଚିନ୍ତି ନିଜ ପସନ୍ଦ ହିସାବରେ କଲର ଚୟନ କରନ୍ତୁ। ଏପରି ସ୍ଥିତିରେ ଆପଣ ଚକଲେଟ ଶେଡସ୍‌ କିମ୍ୱା ଲାଇଟ୍‌ କଲର ପସନ୍ଦ କରନ୍ତୁ।

Share

Leave a Reply

Your email address will not be published. Required fields are marked *

seventeen + 3 =