ସଂଗଠନ ନଥାଇ ସାଂସଦ ଲୋଭ

ଭୁବନେଶ୍ୱର (): ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡ଼ିକୁ ଏକପ୍ରକାରର ବ୍ଲାକମେଲ୍ କରି ଫେଲ୍ ମାରିବା ପରେ ବିଜେପିରେ ଯୋଗଦେଇଛନ୍ତି । ୨୧ ଲୋକସଭା ସାଂସଦରୁ ୩୩% ଅର୍ଥାତ ୭ଟି ଆସନରେ ମହିଳା ପ୍ରାର୍ଥି ଦେବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେହିକ୍ରମରେ ଭଦ୍ରକରେ ଏଥର ମହିଳା ପ୍ରାର୍ଥି ଦେବାକୁ ନିଷ୍ପତ୍ତି ହୋଇଥିଲା । ତେଣୁ ସାଂସଦ ଅର୍ଜୁନ ସେଠୀଙ୍କୁ ବିଜେଡ଼ି ଏଥର ବିଧାନସଭା ଲଢ଼ିବାକୁ ପ୍ରସ୍ତାବ ଦେଇଥିଲା । ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ୨ଟି ବିକଳ୍ପ ଆସନରେ ନିଜର ସଂଗଠନ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା । ୨ଟିଯାକ ଆସନ ସଂରକ୍ଷିତ ହୋଇଥିଲେ ବି ସଂଗଠନ ଗଢ଼ିବାକୁ ବିଫଳ ହୋଇଥିଲେ ଅର୍ଜୁନ ।

ବୟସାଧିକ କାରଣରୁ ଅର୍ଜୁନ ସେଠୀ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ତାଙ୍କ ସ୍ଥାନରେ ତାଙ୍କ ପୁଅକୁ ଲୋକସଭା ପ୍ରାର୍ଥି କରିବାକୁ ସେ ଦାବି କରିଥିଲେ । ଲୋକସଭା ଆସନଟି ମହିଳାଙ୍କୁ ଦିଆଯିବାକୁ ସ୍ଥିର ହୋଇଥିବାରୁ ତାଙ୍କୁ ସୋର ଓ ଧାମନଗର ୨ଟି ଯାକ ଆସନରେ ନିଜ ସଂଗଠନ କରିବାକୁ କୁହାଯାଇଥିଲା । ୨ଟି ଯାକ ଆସନ ବି ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ । ପ୍ରଥମେ ସୋରର ବିକଳ୍ପ ଦିଆଗଲା । ସେଠାରେ ସେ ନିଜ ସଂଗଠନ ଗଢ଼ିପାରିଲେ ନାହିଁ । ଧାମନଗରରେ ବି ଫେଲ୍ ମାରିଲେ । ପୁଣି ଆସି ନବୀନ ନିବାସରେ ଲୋକସଭା ପାଇଁ ଦାବିକଲେ । କିନ୍ତୁ ମହିଳାଙ୍କ ପାଇଁ ଆସନଟି ନବୀନ ସଂରକ୍ଷିତ କରିଦେଇଥିବାରୁ ଅର୍ଜୁନ ସେଠୀ ନିଜ ପୁଅର ରାଜନୈତିକ ଭବିଷ୍ୟତ ଗଢ଼ିବାକୁ ବିଜେପିକୁ ଆଶାବାଡି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 12 =