ମୋଦି-ପ୍ରିୟଙ୍କା ଫାଇଟ ଏଥର ଫେସ ଟୁ ଫେସ

ଭୁବନେଶ୍ୱର () କଂଗ୍ରେସ ପ୍ରତିକ୍ଷାର ଅନ୍ତ ଘଟିଲା । ମୋଦିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧୀ । ଦଳର ଉତ୍ତର ପ୍ରଦେଶ ସଂଗଠନ ଦାଇତ୍ୱ ନେଲେ । ଫେବୃଆରୀ 1 ତାରିଖରୁ ସେ ପୂର୍ବ ଉତ୍ତର ପ୍ରଦେଶ ପାଇଁ ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ନେବେ । ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୋନିଆଙ୍କ ପରେ ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇବାକୁ ଦଳର ବରିଷ୍ଠ ନେତାମାନେ ଅନୁରୋଧ କରିଥିଲେ । କିନ୍ତୁ ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇ ନଥିଲେ । ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା । ଏଥିସହ ସେ ଧୀରେ ଧୀରେ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଚାରକୁ ଯିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

five × 2 =