ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା କବଚ ବାଇକ ଆମ୍ବୁଲାନ୍ସ

ଭୁବନେଶ୍ୱର () ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣା ଯୋଜନାକୁ ଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ସୁରକ୍ଷା କବଚ ଯୋଜନାର ବ୍ୟବସ୍ଥା କରିଛନ୍ତି । ଏଥିରେ ୫.୫୦ ଲକ୍ଷ ମା ଓ ଶିଶୁ ଉପକୃତ ହେବେ । ପରିବହନ ବ୍ୟବସ୍ଥା ପାଇଁ ଗର୍ଭବତୀ ମହିଳାଙ୍କୁ ହଜାରେ ଟଙ୍କା ଏବଂ ଦୈନିକ ଭତା ୫୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାମାନଙ୍କର ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ବାଇକ୍ ଆମ୍ବୁଲାନ୍ସ ସେବା ପାଇଁ ୯୨ ଟି ବାଇକ୍ ଦିଆଯିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି ।

ଅନ୍ୟପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ତଥା ଜନସାଧାରଣଙ୍କ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟ ଯତ୍ନସେବା ସୁବିଧା ଯୋଗାଇଦେବେ । ଏହି ବ୍ୟବସ୍ଥା ଅନୁଯାୟୀ କଟକର ଆଚାର୍ଯ୍ୟ ହରିହରି କର୍କଟ ଚିକିତ୍ସା କେନ୍ଦ୍ର, ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ଶିଶୁ ଭବନ ସମେତ ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଫେବୃଆରୀ ପହିଲା ଠାରୁ ସମ୍ପ୍ରସାରିତ କରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଜନସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ମସସ୍ତ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ସହିତ ନିଶୁଳ୍କ ନିଦାନ ଓ ଡାଏଲିସିସ୍ ପାଇଁ ଆଉଟଡୋର, ଇନଡୋର, ଅପରେସନ୍ ଥିଏଟର, ଆଇସିୟୁ ଶୁଳ୍କ ଛାଡ୍ ବାବଦକୁ ପଡୁଥିବା ୭୧୯୧.୧୯ ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଭାରକୁ ଦୃଷ୍ଟିରେ ୫ ବର୍ଷିଆ ବ୍ୟୟ ଅଟକଳ ୭୫୭୫୦.୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମିଳିଛି ।

Share

Leave a Reply

Your email address will not be published. Required fields are marked *

12 − 9 =