ଓଡିଶାରେ ଆଉ ୬୫ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା 65 ଜଣଙ୍କ ମଧ୍ୟରୁ 31 ଜଣ ଯାଜପୁରର, 13 ଜଣ ଗଞ୍ଜାମରୁ, 6 ଜଣ କଟକରୁ, ପୁରୀ ଓ କେନ୍ଦ୍ରାପଡ଼ାରୁ 4 ଜଣ ଲେଖାଏଁ, ଖୋର୍ଦ୍ଧାରୁ 3 ଜଣ ଏବଂ ମୟୁରଭଞ୍ଜ ଓ ନୟାଗଡ଼ରୁ 2 ଜଣ ଲେଖାଏଁ ପଜିଟିଭି ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭି ଆସିଥିବା ସଂକ୍ରମିତଙ୍କ ମଧ୍ୟରୁ 62 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। 3 ଜଣ ହୋମ କ୍ବାରେଣ୍ଟାଇନରେ ଥିଲେ । ସେ ମଧ୍ୟରୁ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ଆଉ ଦୁଇଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । 

ଉଲ୍ଲେଖ ଯୋଗ୍ୟଯେ ରାଜ୍ୟରେ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ ୧୬୬ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ ଏବେ ୫୬୮ ଆକ୍ଟିଭ କେସ ରହିଛି।

Share

Leave a Reply

Your email address will not be published. Required fields are marked *

18 − twelve =