ତ୍ବଚାକୁ ଗୋରା କରିବାର ସବୁଠୁ ଚମତ୍କାର ଉପାୟ

ତ୍ବଚା ଆମ ସୈାନ୍ଦର୍ୟ୍ୟ ଏବଂ ତାଜାପଣକୁ ବଢ଼ାଇଥାଏ। ଯଦି ଆମ ତ୍ବଚା ସୁସ୍ଥ,ସ୍ବଚ୍ଛ,ମୁଲାୟମ,ତାଜା ଥିବ ତେବେ ଆମେ ସୁନ୍ଦର ଦେଖାଯାଇଥାଉ। ଏହା ଆମ ଆତ୍ମବିଶ୍ବାସର ସ୍ତର ଏବଂ ଆନ୍ତରିକ ଶକ୍ତିକୁ ସୁଧାରିଥାଏ ଯାହା ଆମକୁ ଖୁସି ଏବଂ ସକ୍ରିୟ ରଖିବାକୁ ସାହାଯ୍ୟ କରିଥାଏ। ଆଜିକାଲି ଲୋକଙ୍କ ପାଖରେ ଏତେ ସମୟ ନାହିଁ ଯେ ସେମାନେ ବିୟୁଟି ଟ୍ରିଟମେଣ୍ଟ ନେଇପାରିବେ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି କେତେକ ଘରୋଇ ଉପାୟ ଦ୍ବାରା ନିଜ ତ୍ବଚାରେ ପୁଣି ଥରେ ଚମକ ଫେରାଇ ଆଣିପାରିବେ।

ଲେମ୍ବୁରେ ସାଇଟ୍ରିକ୍ ଏସିଡ ରହିଥାଏ ଯାହା ଆମ ତ୍ବଚାର ମୃତ କୋଷକୁ ନଷ୍ଟ କରି ଦେଇଥାଏ। ଅଧା ଲେମ୍ବୁ ନିଅନ୍ତୁ ଏହା ପରେ ଆପଣ ଏହାର ରସ ବାହାର କରନ୍ତୁ ଏହା ପରେ ଇନୋ ନିଅନ୍ତୁ। ଇନୋକୁ ହାତରେ ଅଳ୍ପ ନେଇ ସେଥିରେ ଲେମ୍ବୁ ରସ ପକାନ୍ତୁ। ଏହାପରେ ନିଜ ହାତରେ ଏହାକୁ ଘଷନ୍ତୁ। ଆପଣଙ୍କୁ ୨ମିନିଟ୍ ଯାଏଁ ଘଷିବାକୁ ପଡ଼ିବ। ନିଜ ଆଖି ବ୍ୟତୀତ ଏହାକୁ ଆପଣ ନିଜ ମୁହଁରେ ପ୍ରୟୋଗ କରନ୍ତୁ। ଧ୍ୟାନ ରଖନ୍ତୁ ଯେ ଆପଣ ଏହାକୁ ୧୫ଦିନରେ ଥରେ ଏବଂ ମାସରେ ୨ଥରରୁ ଅଧିକ ବ୍ୟବହାର କରନ୍ତୁ ନାହିଁ।

Share

Leave a Reply

Your email address will not be published. Required fields are marked *

five × 4 =