ବିବାହରେ ହଳଦୀ ଉତ୍ସବ କାହିଁକି ହୋଇଥାଏ , ଜାଣନ୍ତୁ 

ବିବାହ ଉତ୍ସବରେ ହଳଦୀର ଖାସ୍ ଭୂମିକା ରହିଥାଏ। ଏପରି କୁହାଯାଇଥାଏ ଯେ ହଳଦୀ ସଂରକ୍ଷଣର ପ୍ରତୀକ ହୋଇଥାଏ,ଏଥିପାଇଁ ବିବାହ ଉତ୍ସବରେ ଏହାର ଉପଯୋଗ କରିବା ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ……
 
ବିଶେଷଜ୍ଞଙ୍କ କହିବା ଅନୁସାରେ,ହଳଦୀକୁ ଶରୀର ପାଇଁ ଏକ ଚମତ୍କାର କ୍ଲିନଜର ବୋଲି କୁହାଯାଏ। ଏହା ନୂଆବୋହୂକୁ ନୂତନ ମାର୍ଗ ଦେଖାଇବାରେ ଏବଂ ବୈବାହିକ ଜୀବନରେ ସ୍ବାଗତ କରିବାର ସଙ୍କେତ ଦେଇଥାଏ। ହଳଦୀ ଲଗାଇବାକୁ ଶୁଭ ବୋଲି କୁହାଯାଇଥାଏ।
 
• ହଳଦୀକୁ ନୂଆ ଦମ୍ପତ୍ତି ଏବଂ ସୁସ୍ଥ ବୈବାହିକ ଜୀବନ ପାଇଁ ଆଶୀର୍ବାଦର ପ୍ରତୀକ ବୋଲି କୁହାଯାଇଥାଏ। ଭାରତୀୟ ସଂସ୍କୃତି ଅନୁସାରେ, ଘରର ସମସ୍ତ ବିବାହିତା ମହିଳାମାନେ ବର ଏବଂ କନ୍ୟାଙ୍କୁ ହଳଦୀ ଲଗାଇଥାଆନ୍ତି। ଏହା ତାଙ୍କୁ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନର ଆଶୀର୍ବାଦ ଦେବାର ପ୍ରତୀକ ବୋଲି ଧରାଯାଇଥାଏ।
 
• ହଳଦୀ ତ୍ବଚାରେ ଚମକପଣ ଆଣିଥାଏ। ବର-କନ୍ୟାଙ୍କ ତ୍ବଚାରେ ଚମକ ଆଣିବା ପାଇଁ ହଳଦୀର ଉପଯୋଗ କରାଯାଇଥାଏ। ହଳଦୀ ତ୍ବଚାରୁ ମୃତ କୋଶିକାକୁ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
 
 
Share

Leave a Reply

Your email address will not be published. Required fields are marked *

10 + five =