ପ୍ରିୟଙ୍କାଙ୍କୁ ପୋଲିସ ଦେଲା ଚେତାବନୀ

ମୁମ୍ବାଇ () ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅକ୍ତାରଙ୍କୁ ସେମାନଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ଏକ ଦୃଶ୍ୟ ଲାଗି ମହାରାଷ୍ଟ୍ର ପୋଲିସ ଚେତାବନୀ ଦେଇଛି। ସୋମବାର ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଏହାପରେ ମହାରାଷ୍ଟ୍ର ପୋଲିସର ନଜର ପଡିଛି ଏହି ଟ୍ରେଲର ଉପରେ। ଏଥିରେ ଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳିଛି କି ପ୍ରିୟଙ୍କା କହୁଛନ୍ତି ଯେମିତି ହେଉ ତାଙ୍କ ଝିଅ ସୁସ୍ଥ ହେବା ଦରକାର। ଏଥିପାଇଁ ବ୍ୟାଙ୍କ ଲୁଟ୍ କରିଦିଅ। ଆଉ ଏହାକୁ ଦେଖିବା ପରେ ମୁମ୍ବାଇ ପୋଲିସ ଏକ ଟୁଇଟ୍ କରି ଲେଖିଛି, ‘ଆଇପିସି ସେକ୍ସନ ୩୯୩ ଅନୁସାରେ ଜରିମାନା ସହ ୭ ବର୍ଷ ଜେଲଦଣ୍ଡ ‘ ବୋଲି ସତର୍କ କରାଇଦେଇଛି। ଯାହାକୁ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅକ୍ତାରଙ୍କୁ ସେୟାର କରାଯାଇଛି।

Share

Leave a Reply

Your email address will not be published. Required fields are marked *

13 + fifteen =