ଭୁବନେଶ୍ବରରେ ୧୦ ଦିନରେ ୩୧୭ କେସ ସାମ୍ନାକୁ ଆସିଛି

ଭୁବନେଶ୍ବର()   ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବିଏମସି କମିଶନର କହିଛନ୍ତି ଯେ, ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱରରେ ପଜିଟିଭଙ୍କ ସଂଖ୍ୟା ବଢୁଛି । ଏହାକୁ ଧ୍ୟାନର ସହ ମନିଟର କରାଯାଉଛି । ଏନେଇ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ ।’

ଏହା ସହ କମିଶନର କହିଛନ୍ତି ଯେ, ଗତ ୧୦ ଦିନରେ ୩୧୭ କେସ ସାମ୍ନାକୁ ଆସିଛି । ପଜିଟିଭ୍ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବସ୍ତି ଅଞ୍ଚଳରେ ୱାର୍ଡ କମିଟି ସକ୍ରିୟ ରହିଛନ୍ତି । ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ଅନୁମତି ନାହିଁ । ସ୍ଲମ କମିଟିମାନେ କରୋନା ମୁକାବିଲାରେ ସହଯୋଗ କରୁଛନ୍ତି । ମାକେର୍ଟ ଅଞ୍ଚଳରେ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । କରୋନା ସ୍ଥିତିରେ ନିଜ ଦାୟିତ୍ୱ ନିଜେ ନେବାକୁ ପଡିବ । ମାକେର୍ଟରେ ଭିଡରୁ ଦୂରେଇ ରୁହନ୍ତୁ । ଅନଲାଇନ ସପିଂକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଅତି ଜରୁରୀ ନଥିଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ । ବୟସ୍କ ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ରହିଛି ।’

Share

Leave a Reply

Your email address will not be published. Required fields are marked *

10 − 8 =