ପୁରାତନ ପଦ୍ଧତିରେ କରନ୍ତୁ ବର୍ଷାର ଆକଳନ …

ଭୁବନେଶ୍ୱର () ବର୍ଷା ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଆଶା ଆଶଙ୍କା ଥାଏ । ବେଳେବେଳେ ପାଣିପାଗ ବିଜ୍ଞାନୀ ବି ଆକଳନ କରିବାରେ ଫେଲ ମାରିଯାଆନ୍ତି । ଆଧୁନିକ ବିଜ୍ଞାନ ସମୟେ ସମୟେ ଫେଲ ମାରୁଥିଲେ ବି ପୂର୍ବ କାଳରେ ଏଭଳି ଆଧୁନିକ ଜ୍ଞାନ କୌଶଳ ନଥିଲେ ମଧ୍ୟ ପାରିପାର୍ଶ୍ବିକ ଲକ୍ଷଣକୁ ବିଚାର କରି ଲୋକେ ବର୍ଷାର ପୂର୍ବାନୁମାନ କରୁଥିଲେ । ସେହିଭଳି ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନ ଓ ପ୍ରୟୋଗ ଦ୍ବାରା ମଧ୍ୟ ପୂର୍ବାନୁମାନ କରାଯାଇପାରିବ ।

ବିଶିଷ୍ଠ ଜ୍ୟୋତିର୍ବିଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଜ୍ୟୋତିଃସାର ରତ୍ନାବଳି ଅନୁସାରେ ନିମ୍ନୋକ୍ତ ପାରିପାର୍ଶ୍ବିକ ସ୍ଥିତି ଓ ସଂକେତ ଆଧାରରେ ବର୍ଷାର ପୂର୍ବାନୁମାନ କରାଯାଇ ପାରିବ । ସେହିଭଳି ବୃହସ୍ପତିଙ୍କ ଗୋଚର ଏବଂ ସ୍ଥିତିକୁ ବିଚାର କରି ମାସିକ ବୃଷ୍ଟିର ଆକଳନ ।

-କୌଣସିପ୍ରକାରେ ଆଘାତ ପ୍ରାପ୍ତ ନହୋଇ ଯଦି ପିମ୍ପୁଡି ଡିମ୍ବଗୁଡିକ ଏଣେ ତେଣେ ଦେଖାଦିଅନ୍ତି ତାହେଲେ  ବୃଷ୍ଟି ସମ୍ଭାବନା ରହିଛି ।

-ସର୍ପ ମୈଥୁନ, ବୃକ୍ଷରେ ସର୍ପାରୋହଣ, ଗୋରୁମାନେ ଆକାଶକୁ ଚାହିଁ ଭୟରେ ତର ତର ହୋଇ ଚାଲିଯିବା ମଧ୍ୟ ବୃଷ୍ଟିର ଲକ୍ଷଣ

-ଏଣ୍ଡୁଅ ଘଛର ଉର୍ଦ୍‌ବକୁ ଚଢିଯାଇ ଆଖକାଶକୁ ଚାହିଁ ରହିଲେ ଓ ଗୋରୁମାନେ ଆକାଶକୁ ଚାହିଁ ରହିଲେ ମଧ୍ୟ ବର୍ଷା ହେବ ବୋଲି ଜାଣିବେ

-କୁକୁରମାନେ ଘରର ଛାତତଳକୁ ଆସି ଆକାଶକୁ ଚାହିଁ ଭୁକିଲେ ଜଣିବେ ବର୍ଷା ଆସୁଛି ।

-ଦିନ ସମୟରେ ଯଦି ଐଷାନ୍ୟ କୋଣରେ ବିଜୁଳି ଚମକେ ତାହେଲେ ମଧ୍ୟ ତୁରନ୍ତ ବର୍ଷା ହୋଇପାରେ

-ସ୍ବଭାବିକ ଭାବେ ଶିତଳ ସ୍ଥାନରେ ରହିଥିବା ବେଙ୍ଗ, ସାପ, ବିଲୁଆ, ଚାତକ ଗ୍ରୀଷ୍ମତାପ ହେତୁ ଶବ୍ଦ କଲେ ବର୍ଷା ଅନିବାର୍ଯ୍ୟ ବୋଲି ଧରିବାକୁ ହେବ

-ସୂର୍ଯ୍ୟମଣ୍ଡଳରେ ମୟୂରକଂଠ ବର୍ଣ୍ଣ ଦେଖାଗଲେ ତିନିଦିନ ମଧ୍ୟରେ ବର୍ଷା ହୁଏ ବୋଲି ଆକଳନ କରାଯାଇପାରେ ।

-ପର୍ବତଗୁଡିକ ଖୁବ୍‌ କଳା ଦେଖାଗଲେ, ଗୁହା ଗୁଡିକ ବାସ୍ଫ ପୂର୍ଣ୍ଣ ହେଲେ, ଚନ୍ଦ୍ରଙ୍କ ଚାରିପାଖରେ କଳା ବାୀଳମଣ୍ଡଳ ଦେଖାଗଲେ ବର୍ଷା ସୁନିଶ୍ଚିତ ହୋଇଥାଏ

-ବିରାଡିମାନେ ନଖରେ ଭୂମିକୁ ରାମ୍ପିଲେ, ଲୌହାଦିର କଳଂକରୁ ବାସ୍ନା ବାହାରିଲେ, ପିଲାମାନେ ଦାଣ୍ଡରେ ବାଲିବନ୍ଧ ପକାଇଲେ ତାହା ବୃଷ୍ଟିର ପୂର୍ବାଭାସ ବୋଲି ଜାଣିବେ ।

-ସୂର୍ଯ୍ୟଙ୍କ ଉଦୟ ବା ଅସ୍ତକାଳରେ ଇନ୍ଦ୍ରଧନୁ, ମେଘରେଖା, ପ୍ରତିସୂର୍ଯ୍ୟ, ବିଜିଳି ଚମକିବା, ସୂର୍ଯ୍ୟ ଓ ଚନ୍ଦ୍ରମଣ୍ଡଳ ଦେଖାଯିବ ବୃଷ୍ଟିର ଲକ୍ଷଣ ।

Share

Leave a Reply

Your email address will not be published. Required fields are marked *

1 × four =