ଲକଡାଉନରେ କାହାକୁ ଅନୁମତି, କାହା ଉପରେ ଲାଗିଲା କଟକଣା, ପଢନ୍ତୁ …

ଭୁବନେଶ୍ବର () ଜୁନ ୧ ତାରିଖ ସକଳା ୫ଟା ଯାଏଁ ବଢିଲା ଲକଡାଉନ । ଏହି ସମୟରେ କେଉଁ କେଉଁ ସେବାକୁ ମିଳିଛି ଅନୁମତି ଆଉ କାହାକୁ ବାରଣ କରାଯାଇଛି । ଆସନ୍ତୁ ଜାଣିବା । ଲକଡାଉନ ସମୟରେ ଆନ୍ତଃରାଜ୍ୟ ଓ ଅନ୍ତଃରାଜ୍ୟ ବସ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବ । ତେବେ ମେଡିକାଲ ଏମର୍ଜେନ୍ସି ଥିଲେ ମିଳିବ ଅନୁମତି । ବିବାହ ଓ ବ୍ରତଘରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣଙ୍କୁ ଅନୁମତି ମିଳିବ । ବିବାହ, ବ୍ରତଘର ଓ ଅନ୍ତେଷ୍ଟିକ୍ରିୟାରେ ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । 

ସବୁ ପ୍ରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ । ରାଜ୍ୟ କିମ୍ବା ଜାତୀୟ ସ୍ତରର ପରୀକ୍ଷାକୁ କେସ ଟୁ କେସ ବିଚାର କରି ଅନୁମତି ଦିଆଯିବ । କୌଣସି ପ୍ରକାର ମେଳା ମହୋତ୍ସବ କିମ୍ବା ବ୍ୟବସାୟିକ ବୈଠକକୁ ଅନୁମତି ନାହିଁ । ତେବେ ସେମାନେ ଭର୍ଚୁଆଲ ମୋଡରେ ବୈଠକ କରିପାରିବେ । ଟ୍ୟାକ୍ସି ଓ କ୍ୟାବ ସେବା ଉପରେ ଲାଗିଛି କଟକଣା । ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେକ୍ସ, ଜିମ, ସ୍ବିମିଂ ପୁଲ, ପାର୍କ, ଥିଏଟର ଖୋଲିପାରିବ ନାହିଁ । ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚ ଉପରେ ମଧ୍ୟ ରହିଛି କଟକଣା । ସେଲୁନ, ବ୍ୟୁଟି ପାର୍ଲର, ସ୍ପା ଆଦି ବନ୍ଦ ରହିବ । କୌଣସି ପ୍ରକାର ସାମାଜିକ, ରାଜନୈତିକ କିମ୍ବା ଧାର୍ମୀକ ଏକତ୍ରୀକରଣକୁ ଅନୁମତି ଦିଆଯିବନି ।

ତେବେ ଇଲେକ୍ଟ୍ରି, ଆଇଟି ସାମଗ୍ରୀ ମରାମତି, ମୋଟର ପମ୍ପ ମରାମତି ଦୋକାନ, ବଢେଇ ଦୋକାନ ଆଦି ଖୋଲା ରହିବ । ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ । କିନ୍ତୁ ଏଠାରୁ କେବଳ ହୋମ ଡେଲିଭରି ହୋଇପାରିବ । ଛାତ୍ରଛାତ୍ରୀଙ୍କ ପାଇଁ ବହି ଦୋକାନ ଖୋଲା ରହିବ । ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲା ରହିବ । କିନ୍ତୁ ସେଠାରୁ କେବଳ ଖାଇବା ପ୍ୟାକିଂ କରି ନେଇ ହେବ । ମିଶନ ଶକ୍ତି ଗ୍ରୁପ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ଜିଲ୍ଲାପାଳଙ୍କ ଅନୁମତିରେ ହୋଇପାରିବ । ସବୁ ପ୍ରକାର କୃଷି ଓ ଆନୁସଙ୍ଗିକ ଶିଳ୍ପ ଭିତ୍ତିକ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ରାଜ୍ୟରେ ସବୁ ପ୍ରକାର ଶିଳ୍ପାନୁଷ୍ଠାନ କାର୍ଯ୍ୟ କରିବ । ତେବେ ସେମାନଙ୍କ କର୍ପୋରେଟ ଅଫିସରେ କର୍ମଚାରୀ ସଂଖ୍ୟା ୧୦ ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ଉପସଚିବ ପାହ୍ୟାରୁ ତଦୁର୍ଦ୍ଧ ଶ୍ରେଣୀର ୨୫ ପ୍ରତିଶତ ଓ ତାଙ୍କ ତଳ ସ୍ତରରେ ୧୦ ପ୍ରତିଶତ କର୍ମଚାରୀରେ ଅଫିସ ଚଳାଇବେ । ସବୁ ଘରୋଇ କ୍ଷେତ୍ରରେ କର୍ମଚାରୀ ସଂଖ୍ୟା ୩୩ ପ୍ରତିଶତକୁ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସବୁ ପ୍ରକାର ଧର୍ମାନୁଷ୍ଠାନକୁ ଭକ୍ତଙ୍କୁ ବାରଣ କରାଯାଇଛି । ତେବେ ରିତିନୀତି ପ୍ରଭାବିତ ହେବନି । ତେବେ ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ବାସ୍ଥ୍ୟସେବା ଅନୁଷ୍ଠାନ କାର୍ଯ୍ୟ କରିପାରିବ । ଭେଟେନାରୀ ଓ ପାଥୋ ଲାବକୁ ଅନୁମତି ଦିଆଯାଇଛି । ଔଷଧ ପ୍ରସ୍ତୁତକାରୀ ଓ ମେଡିକାଲ ସାମଗ୍ରୀ ପ୍ରସ୍ତୁକାରୀ କମ୍ପାନୀ ପୂର୍ବଭଳି କାର୍ଯ୍ୟ କରିବେ । ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ଓ କୌଭିଡ ଚିକିତ୍ସା ଉପକରଣ ନେଉଥିବା ଗାଡି ପାଇଁ ସବୁ ଟୋଲ ଗେଟରେ ଗ୍ରୀନ କରିଡର ପ୍ରସ୍ତୁତ ହେବ । ସର୍ବାଧିକ ୫ ମିନିଟ ମଧ୍ୟରେ ଟୋଲ ସଂଗ୍ରହ କରାଯିବ । ସବୁ ପ୍ରକାର ବ୍ୟାଙ୍କିଙ୍ଗ ଓ ଏଟିଏମ ସେବା ଜାରି ରହିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରେଳବାଇ ଓ ବିମାନ ସେବା କାର୍ଯ୍ୟ କରିବ । ପିଡିଏସ ଦୋକାନ, ଗ୍ରସେରୀ ଦୋକାନ, ଫଳ ଓ ପନିପରିବାର ହୋମ ଡେଲିଭରିକୁ ପ୍ରୋତ୍ସାହିତ କରିବେ ଜିଲ୍ଲା ପ୍ରଶାସନ । ସୋମବାର ଠାରୁ ଶୁକ୍ରବାର ଯାଏଁ ରାସ୍ତାକଡ ମାଛ, ଅଣ୍ଡା, ପନିପରିବା ଓ ଖିର ଦୋକାନ ସକାଳ ୭ଟାରୁ ୧୧ ଯାଏଁ ଖୋଲା ରହିବ । ଢାବା ଓ ରେସ୍ତୋରାଁ ବନ୍ଦ ରହିବ, କିନ୍ତୁ ହୋମ ଡୋଲିଭରିକୁ ଅନୁମତି ଦିଆଯାଇଛି । ସୀମିତ ସଂଖ୍ୟକ କର୍ମଚାରୀରେ କାର୍ଯ୍ୟ କରିବ ଆଇଟି କମ୍ପାନୀ ଓ କଲ ସେଣ୍ଟର ।

Share

Leave a Reply

Your email address will not be published. Required fields are marked *

3 × 1 =