ଫାଷ୍ଟ ଟ୍ରାକ କୋର୍ଟକୁ ଗଲା ହାଇଦ୍ରବାଦ ଗଣଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ() ଫାଷ୍ଟ ଟା୍ରକ କୋର୍ଟରେ ହେବ ହାଇଦ୍ରବାଦ ଗଣଦୁଷ୍କର୍ମ ମାମଲାର ଶୁଣାଣି । ଶୁଣାଣି ପାଇଁ ଅନୁମତି ଦେଲେ ତେଲେଙ୍ଗାନା ହାଇକୋର୍ଟ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା “ଆମ ଦେଶରେ ଆମେ କାହିଁକି ସୁରକ୍ଷିତ ମଣୁନାହୁଁ। ଆମେ ଚାହୁଁଛୁ ନ୍ୟାୟ।”

ସୂଚନାଅନୁସାରେ ନଭେମ୍ବର ୨୭ରେ ହାଇଦ୍ରାବାଦର ଭେଟେରିନାରୀ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ବାହାନାରେ ୪ ଜଣ ଯୁବକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ ଓ ପରେ ପୋଡ଼ି ମାରି ଦେଇଥିଲେ। ପୁଲିସ୍ ଘଟଣାର ୪୮ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share

Leave a Reply

Your email address will not be published. Required fields are marked *

3 × 3 =