ଲିଙ୍ଗରାଜ ମନ୍ଦିର ଚୂଡ଼ାରେ କାହିଁକି ରହିଛି ଧନୁ,ଜାଣନ୍ତୁ …


ପ୍ରଭୁ ଲିଙ୍ଗରାଜଙ୍କ ମହିମା ଅନେକ । ସୋମବାର ହେଲେ ଭକ୍ତଙ୍କ ସୁଅ ଛୁଟେ । ହେଲେ କେହି କେବେ ମନ୍ଦିର ଚୂଡ଼ା ଉପରେ ନଜର ପକାଇଛନ୍ତି କି ? କେବେ ଭଲ ଭାବେ ଦେଖିଛନ୍ତି ଏହି ସବୁଠାରୁ ବଡ଼ ମନ୍ଦିର ଚୂଡ଼ାରେ କଣ ରହିଛି ? ଏବେ ଟିକେ ଭଲ କରି ଦେଖନ୍ତୁ ତ ? ସବୁ ଶିବ ମନ୍ଦିର ଉପରେ ତ୍ରିଶୂଳ ରହୁଥିବା ବେଳେ ଏଠାରେ ରହିଛି ଧନୁ । ଧନୁ ସହ ମନ୍ଦିର ଚୂଡ଼ାରେ ବାନା ଉଡୁଛି । ଆସନ୍ତୁ ଜାଣିବା କାହିଁକି ଏଠାରେ ରହିଛି ଧନୁ ଓ ଏହାର ବିଶେଷତ୍ୱ କଣ?

ଏହା କେବଳ ଏକ ଶୈବ ପୀଠ ନୁହେଁ । ଏହା ହେଉଛି ହରିହରଙ୍କ ପୀଠ । ଅର୍ଥାତ ଶିବ ଏବଂ ବିଷ୍ଣୁଙ୍କର ପୀଠ ହେଉଛି ଲିଙ୍ଗରାଜ କ୍ଷେତ୍ର । ହରି ଓ ହରଙ୍କ ପୀଠ ହୋଇଥିବାରୁ ମନ୍ଦିର ଚୂଡ଼ାରେ ତ୍ରିଶୂଳ ସ୍ଥାନରେ ଧନୁ ଲଗାଯାଇଛି । ଯାହା ଶିବଙ୍କର ପିନାକ ଧନୁ ବୋଲି ବିଶ୍ୱାସ ରହିଛି । ଦଧିନଉତିରେ ଥିବା ଏହି ଧନୁ ମନ୍ଦିର ନିର୍ମାଣ ବେଳରୁ ରହିଥିବା କୁହାଯାଏ । ଏହା ଅଷ୍ଟଧାତୁରେ ତିଆରି ।

Share

Leave a Reply

Your email address will not be published. Required fields are marked *

1 × one =