ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ

ଭୁବନେଶ୍ୱର() ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। ଏହାଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଇଥାଏ। ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ସୁଦୃଢ। ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ। ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ମସାଜ୍ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଆରାମ ଲାଗିଥାଏ । ସେହିପରି ମାନସିକସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଏକ ସ୍ନେହପୂର୍ଣ୍ଣ ଆଲିଙ୍ଗନ ମସାଜ୍ ପରି କାମ କରେ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ତ୍ୱ ରହିଛି । ନିବିଡ଼ ଆଲିଙ୍ଗନ ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ୱିଧାବୋଧକୁ ନିମିଷକେ ଦୂର କରିଦେଇଥାଏ।

Share

Leave a Reply

Your email address will not be published. Required fields are marked *

14 − 5 =