ହଲିଉଡ୍କୁ ଫେରିବେ ଐଶ୍ୱର୍ୟ୍ୟା

ବଲିଉଡ୍ର ନିଳନୟନା ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍ମାନଙ୍କ ପାଇଁ ଖୁସି ଖବର। ସୂଚନା ମୁତାବକ, ଦୀର୍ଘ ଦିନର ଗ୍ୟାପ୍ ପରେ ଐଶ୍ୱର୍ୟ୍ୟା ଏବେ ହଲିଉଡ୍ ଫିଲ୍ମରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି। ଖବର ମୁତାବକ, ଐଶ୍ୱର୍ୟ୍ୟାଙ୍କୁ ନିକଟରେ ଏକ ହଲିଉଡ୍ ଫିଲ୍ମର ଅଫର୍ ଆସିଛି। ଏହି ପ୍ରୋଜେକ୍ଟକୁ ସମ୍ଭାଳିବା ପାଇଁ ସେ ଏକ ଟିମ୍ ମଧ୍ୟ ହାୟର୍ କରିଛନ୍ତି। ହଲିଉଡ୍ରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ଙ୍କ ଆସିବା ପୂର୍ବରୁ ଐଶ୍ୱର୍ୟ୍ୟା ଜଣେ ଜଣାଶୁଣା ଭାରତୀୟ ଚେହେରା ଥିଲେ। ଐଶ୍ୱର୍ୟ୍ୟା ଏବେ ଯାଏଁ ୫ଟି ହଲିଉଡ୍ ଫିଲ୍ମରେ କାମ କରିଛନ୍ତି।

ସେ ହଲିଉଡ୍ର ‘ବ୍ରାଇଡ୍ ଆଣ୍ଡ ପ୍ରିଜୁଡିସ୍’, ‘ଦ ମିଷ୍ଟ୍ରେସ୍ ଅଫ୍ ସିପାଇସେଜ୍’, ‘ପ୍ରୋଭୋକ୍ଡ’, ‘ଦ ଲାଷ୍ଟ ଲିଜନ୍’ ଏବଂ ‘ପିଙ୍କ୍ ପ୍ୟାନ୍ଥର୍’ ପରି ଫିଲ୍ମରେ କାମ କରିଛନ୍ତି। ଐଶ୍ୱର୍ୟ୍ୟା ବଲିଉଡ୍ରୁ ହଲିଉଡ୍ ଯାଏ ଏକ ଅର୍ନ୍ତଜାତୀୟ ଚେହେରା ପାଲଟି ଯାଇଛନ୍ତି। ଶେଷଥର ପାଇଁ ଏହି ବିଶ୍ୱ ସୁନ୍ଦରୀଙ୍କୁ ‘ପନ୍ନେ ଖାନ୍(୨୦୧୮)’ରେ ରାଜ୍କୁମାର ରାଓ ଓ ଅନୀଲ କପୁରଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସ୍ରେ ବିଶେଷ କିଛି କମାଲ୍ କରିପାରିନଥିଲା। ଏହା ପୂର୍ବରୁ ଐଶ୍ୱର୍ୟ୍ୟା ‘ଏ ଦିଲ୍ ହୈ ମୁଶକିଲ୍’ରେ ନିଜ ଅଭିନୟ ଓ ଜବରଦସ୍ତ ଲୁକ୍ରେ ସମସ୍ତଙ୍କ ମନ ଜିତି ନେଇଥିଲେ।

ଐଶ୍ୱର୍ୟ୍ୟାଙ୍କର ବଲିଉଡ୍ରେ ମଧ୍ୟ ଫିଲ୍ମ ଆସିବାକୁ ଯାଉଛି। ଐଶ୍ୱର୍ୟ୍ୟା ଖୁବ୍ଶୀଘ୍ର ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ‘ଗୁଲାବୋ’ ଫିଲ୍ମରେ ନଜର ଆସିବେ। ଏଥିସହ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଐଶ୍ୱର୍ୟ୍ୟା, ମଣିରତ୍ନମଙ୍କ ଆଗାମୀ ଫିଲ୍ମ ସାଇନ୍ କରିବା ନେଇ ଚର୍ଚ୍ଚା ହେଉଛି।
ସହ ମଧ୍ୟ ଐଶ୍ୱର୍ୟ୍ୟା, ମଣିରତ୍ନମଙ୍କ ଆଗାମୀ ଫିଲ୍ମ ସାଇନ୍ କରିବା ନେଇ ଚର୍ଚ୍ଚା ହେଉଛି।

Share

Leave a Reply

Your email address will not be published. Required fields are marked *

one × 2 =